ବୀରମହାରାଜପୁର : ଛାତ୍ରଛାତ୍ରୀ ମାନେ ସମାଜର ମେରୁଦଣ୍ଡ ସଦୃଶ I ସେମାନଙ୍କ ଜୀବନର ଲକ୍ଷ୍ୟ ସଠିକ ହେବା ଆବଶ୍ୟକ I ନିଷ୍ଠାର ସହିତ ପରିଶ୍ରମ କଲେ ସେମାନେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ I ବିକଶିତ ଭାରତ ନିର୍ମାଣରେ ସେମାନେ ସଫଳ ସହଭାଗୀ ହୋଇପାରିବେ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଯୁକ୍ତ ତିନି ଶ୍ରେଣୀର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଅନୁଷ୍ଠାନର ଅଧକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ସୁନୀଲ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଡ଼. ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡl , ଅଧ୍ୟାପିକା ବିଦ୍ୟୁତ ପ୍ରଭା ରଥ ଓ ଡେମୋନଷ୍ଟ୍ରେଟର ବଳରାମ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୀପକ ଟୋପ , ଅଧ୍ୟାପିକା ସୁପ୍ରଭା ନନ୍ଦ ଓ ନିତାରାଣୀ ପଧାନ ପ୍ରମୁଖ ମଧ୍ୟ ସେମାନଙ୍କୁ ସ୍ୱାଗତ କରିବା ସହିତ ବକ୍ତବ୍ୟ ରଖିଥିଲେ I ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କ୍ରିଷ୍ଣା କର୍ମୀ, ସାନ୍ୟା ଶେଖ , ଜୀବନ ଜ୍ୟୋତି ଜେନl , କୃପାସିନ୍ଧୁ ମହାନନ୍ଦ , ଶୁଭମ ବଘାର , ଦେବଯାନୀ କଳତା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ I ଉକ୍ତ ସଭାର ସଂଯୋଜନା ଚନ୍ଦନ ପଧାନ ଓ ସ୍ମରଣିକା ଦାଶ କରିଥିବାବେଳେ ମଧୁସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ I ସଭା ଆୟୋଜନ ଓ ପରିଚାଳନାରେ କିଶୋର ନାଗ , ମଦନ ଝାଙ୍କର , ତୋଷରଞ୍ଜନ ମେହେର ଓ କାର୍ତିକ ପଧାନ ପ୍ରମୁଖ ସହଯୋଗ କରିଥିଲେ I
ବିକଶିତ ଭାରତ ନିର୍ମାଣ ରେ ଛାତ୍ରଛାତ୍ରୀ ମାନେ ସହଭାଗୀ ହୁଅନ୍ତୁ
