Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟମନ୍ତ୍ରୀ ଶିକ୍ଷl ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ଭାଷା ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଙ୍କ ସମ୍ବର୍ଦ୍ଧନା ଉତ୍ସବ

ଉଲୁଣ୍ଡା : ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଏକାଡେମୀ କୋଟସମଳାଇ ହାଇସ୍କୁଲ ରେ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ଶଙ୍ଖସିନ୍ଧୁ ପୁରୋହିତ ରାଜ୍ୟସ୍ତରୀୟ ଗୁରୁଦିବସ ରେ ଶ୍ରେଷ୍ଠ ଓଡ଼ିଆ ଭାଷା ଶିକ୍ଷକ ଭାବେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଶିକ୍ଷା ସଚିବ ସାଳିନୀ ପଣ୍ଡିତ, ପ୍ରକଳ୍ପ ନିର୍ଦ୍ଦେଶକ ଅନ୍ୟା ଦାସଙ୍କ ଗାରୀମାମୟ ଉପସ୍ଥିତିରେ ପୁରସ୍କୃତ ହୋଇଥିଲେ । ତାଙ୍କର ଶିକ୍ଷାଦାନ ପ୍ରତି ସମର୍ପଣ , ନୂତନ ଶୈଳୀରେ ଶିକ୍ଷାଦାନ ଯୋଗୁଁ ଏ ପୁରସ୍କାର ପାଇଥିଲେ।ଓଡିଆ ବ୍ୟାକରଣକୁ କବିତା ମାଧ୍ୟମରେ ଶିକ୍ଷାଦାନ , ପିଲାଙ୍କୁ କେରଳ ଷ୍ଟାଇଲରେ ବସାଇବା ,ପରିବେଶ ଅନୁକୂଳ ବିଭିନ୍ନ ଉତ୍ସବ ଓ ପୂଜା କରିବl , ବିଦ୍ୟାଳୟରେ ଭାଷା ବଗିଚା ସୃଷ୍ଟି କରିବା , ଶିଳ୍ପକଳା ପ୍ରଦର୍ଶନୀ କରିବା , ଘରଘର ବୁଲି ଅଧା ପାଠ ପଢିଥିବା ପିଲାଙ୍କୁ ବିଦ୍ୟାଳୟ ମୁହାଁ ଭଳି ଆଦି ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ ଯୋଗ ଦେଇ ଭାଷା ଶିକ୍ଷାଦାନରେ ଶଙ୍ଖସିନ୍ଧୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷାସେତୁ ଅଭିଯାନର ସଭାପତି ନଳିନୀକାନ୍ତ ବାଘ ,ସିଆରସିସି ସୁଧାଂଶୁ ଲୁହା , ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢୀ ,ନାଟ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରୀ ପୂଜା ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧୀର କୁମାତ ହୋତା ରାଜ୍ୟସ୍ତରୀୟ ପ୍ରଶଂସାପତ୍ରରେ ଶିକ୍ଷକ ପୁରୋହିତଙ୍କ ସମ୍ପର୍କିତ ଆଲେଖ୍ୟ ପାଠ କରିଥିଲେ। ଶିକ୍ଷକ ଅମିତ ପାତ୍ର ଓ ହୃଷିକେଶ ପଧାନ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ। ଗ୍ରାମ ପରିକ୍ରମା ଓ ଶିକ୍ଷା ସଚେତନତା ରାଲି କୁ ମହେଶ ଦେହେରୀ , ପ୍ରଶାନ୍ତ ସାହୁ, କବିତା ବାଘ, ରାଜୁ ମିଶ୍ର ପରିଚାଳନା କରିଥିଲେ।ଶେଷରେ ଶିକ୍ଷକ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ ଦେଇଥିଲେ। ଏଥିରେ ପରିଚାଳନା କମିଟିର ସଦସ୍ୟ , ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସଦସ୍ୟ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।