କ୍ଷେମାଲୋଏ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ କ୍ଷେମାଲୋଏ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିବେଦିତା ପଧାନ ତତ୍ତ୍ୱାବଧାନରେ ଏହି ଶିବିରଟି ଆଯୋଜିତ ହୋଇଥିଲା । ଶିବିରରେ ଡାକ୍ତର ବିଶ୍ଵନାଥ ମେହେର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯକ୍ରମ ମାତୃ ମୃତ୍ୟୁ ହାର ରୋକିବା, ଶିଶୁ ଜନ୍ମ ପରେ ମା ଓ ଶିଶୁର ସ୍ବାସ୍ଥ୍ୟ ସୁରକ୍ଷା , ଉଚ୍ଚ ରକ୍ତ ଚାପ, ସୁଗର, ମ୍ୟାଲେରିଆ, ମଧୁମେହ, ଓଜନ ମାପ ତଥା କିଶୋରୀ ବାଳିକା ମାନଙ୍କୁ ଖାଦ୍ୟ ,ସ୍ବଚ୍ଛତା, ଧୂମପାନ ଉପରେ ସଚେତନ କରାଇଥିଲେ। ଏହି ଶିବିର ପ୍ରତି ମାସ ଦ୍ଵିତୀୟ ସୋମବାର ଦିନ କ୍ଷେମାଲୋଏ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ହେଉଅଛି। ତେଣୁ ସମସ୍ତେ ଏହାର ସୁବିଧା ଉଠାଇବା ପାଇଁ ସେଚେତନତା ବାର୍ତ୍ତା ପ୍ରଦାନ୍ କରାଯାଇଥିଲା । ଏହି ଶିବିରରେ ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ପ୍ରତିଦିନ ଜୀବନରେ ବ୍ୟାୟାମ , ଆସନ ,ପ୍ରାଣାୟାମ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ସମସ୍ତଙ୍କୁ ଆସନ ଓ ପ୍ରାଣାୟାମ କରାଇଥିଲେ। ଏହି ଶିବିରରେ ଏ.ଏନ୍.ଏମ୍ ଯୋଷଦା ଲାବନିଆ ଓ ମହିଳା ଆଶାକର୍ମୀ ଗୀତାଞ୍ଜଳି ପଧାନ, ସଂତୋଷିନି ପାତ୍ର, ଜୟନ୍ତୀ ବାରିକ, ମୈଥିଳୀ ବାରିକ, ପ୍ରତିଭା ପୁରୋହିତ, ପୁଷ୍ପାଞ୍ଜଳି ପଧାନ, ମନ୍ଦାକିନୀ ପଧାନ ପ୍ରମୁଖ ଶିବିରରେ ସାହଯ୍ୟ କରିଥିଲେ।