Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟl ଗ୍ରାମ ପଞ୍ଚାୟତ ସ୍ତରୀୟ ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ସୁବଳୟା ବନାଞ୍ଚଳ ଅଧିକାରୀ ଅଭିନାଶ ବରିହା ଓ଼ ଫରେଷ୍ଟର ନିରଞ୍ଜନ ପଧାନ ଙ୍କ ସହଯୋଗ ରେ ଶ୍ରୀ ଜଗନ୍ନାଥ ଙ୍କ ରଥ ତିଆରି ହେଉଥିବା ଫାସୀ ବୃକ୍ଷ. ଡୁମ୍ବୁରୀ ବୃକ୍ଷ ଓ଼ ଆହୁରି ଅନେକ ପ୍ରକାର ବୃକ୍ଷ ଯୋଗାଇ ଦିଆଯାଇଥିବା ବେଳେ ସଂଘର ସଭାନେତ୍ରୀ ମୀରା ବାରିକ ଏମ. ବି. କେ. ବବିତା ରାଣୀ ମହାପାତ୍ର. ବେଙ୍କ ମିତ୍ର , ଇନ୍ଦୁମତୀ ତlଣ୍ଡିଆ . ସିଆରପି ରେଖା ନାଏକ , ଦମୟନ୍ତୀ ମେହେର. ଝରଣା ଦାଶ.ତପସପିନି ମହାନନ୍ଦ . ସୁମତି ମେହେର . ଇସି ସଭ୍ୟା ଗୀତାଞ୍ଜଳି ବେହେରା , ଜିତା ମେହେର . ସୀମା ମେହେର. ପ୍ରମୁଖ ଅଂଶଗ୍ରହଣ ସୁବଳୟା ଡାକ୍ତରଖାନା ରାସ୍ତାରେ ବୃକ୍ଷ ରୋପଣ କରିଥିବା ଜଣାଯାଏ l ଏହି କାର୍ଯ୍ୟକ୍ରମ କୁ ଅଂଚଳର ବୁଦ୍ଧିଜୀବୀ ମାନେ ନିଆରା କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ମଧ୍ୟ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ