Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବାଳିକା ହାଇ ସ୍କୁଲ ର ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଷ୍ମତୀ ସ୍ବସ୍ତିପ୍ରଜ୍ଞା ପ୍ରିୟଦର୍ଶିନୀ ୨୦୨୪/୨୫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗୁରୁ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଇଂରାଜୀ ବିଷୟ ପାଇଁ ମାଧ୍ୟମିକ ଶିକ୍ଷକ ଭାବରେ ତାଙ୍କୁ ପୁରସ୍କୃତ କରାଯାଇଛି , ଯାହାକି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ। ବୁଧବାର ବିଦ୍ୟାଳୟ ତରଫରୁ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ରାଣୀ ହୋତା ତାଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନମିତା ଡାଙ୍ଗ, ଅରୁନ୍ଧତୀ ମଲ୍ଲିକ, ଆନନ୍ଦ ଦାୟିନୀ ସିଂହ, ତେଜସ୍ବିନୀ ନାଗ , ରାଜା ବାରିକ , ଆକାଶ ବେହେରା , ନୀଳକଣ୍ଠ ମାଟିଆ , ସମସ୍ତ କର୍ମଚାରୀ ତଥା ସମସ୍ତ ଛାତ୍ରୀ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ।