Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋରୁ ବୋଝେଇ ଗାଡି ଧକ୍କାରେ ଟୋଲଗେଟ କର୍ମଚାରୀ ମୃତ

ଝାରସୁଗୁଡା ୧୧/୯ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଟୋଲଗେଟରେ ଆଜି ସକାଳ ଭୋର ପ୍ରାୟ ୩ ଟା ସମୟରେ ଗୋଚାଲାଣ କରୁଥିବା ଏକ ସ୍କୋର୍ପିଓ ଜଣେ ଯୁବକଙ୍କୁ ଧକ୍କା ମାରି ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଉକ୍ତ ଯୁବକ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ l ମୃତ ଯୁବକ ଜଣକ ହେଉଛନ୍ତି କଦମଡ଼ିହି ଗ୍ରାମ ର ଅନୀଲ କୁମାର ପଟେଲ (୪୧) ବୋଲି ଜଣା ପଡିଛି l ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି l ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅନିଲ ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଝାରସୁଗୁଡା ପଠାଇଛି l ଏହାସହ ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓକୁ ଜବତ କରି ସେଥିରେ ଥିବା ୬ ଟି ଗୋରୁ ଉଦ୍ଧାର କରିଥିବା ବେଳେ ଗୋରୁ ଚାଲାଣ କରୁଥିବା ଅଭିଯୁକ୍ତ ମାନେ ଫେରାର ଅଛନ୍ତି l ସୂଚନାଯୋଗ୍ୟ ଯୋଗ୍ୟ ଯେ ମୃତ ଯୁବକ ଅନୀଲ ଗୋବିନ୍ଦପୁର ଟୋଲଗେଟର କାର୍ଯ୍ୟରତ ଜଣେ କର୍ମଚାରୀ । ଖବର ପାଇ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ଏବଂ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

More Stories