Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଣ୍ଡ ପାଲି ପ୍ରାଥମିକ ବିଦ୍ୟାଳୟ ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତ ର ଗଣ୍ଡପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁବାର ମେଗା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ଅରୁଣ କୁମାର ଦାସ ଓ ନର୍ସିଂ ଅଫିସର ଆଘାରାଣୀ ପର୍ଡିଆ ଯୋଗଦାନ କରିଥିଲେ । ଶିବିରରେ ବିଦ୍ୟାଳୟର 38 ଜଣ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲl । ଏଥିରୁ 4 ଜଣ ଛାତ୍ର ଛାତ୍ରୀଙ୍କ ଦାନ୍ତ ସମସ୍ୟା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସୋନପୁର ଯିବାପାଇଁ ପରାମର୍ଶ ଦିଆଯାଇଥିଲା । ଉକ୍ତ ସ୍ବାସ୍ଥ୍ୟ ଶିବିର ସହକାରୀ ଶିକ୍ଷକ ମୁରାରୀ କର୍ମି ଙ୍କ ତତ୍ତ୍ଵାବଧାନରେ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ମିଶ୍ର ଙ୍କ ଉପସ୍ଥିତିରେ କାର୍ଯକ୍ରମ ଟି ସମାପନ ହୋଇଥିଲା।