ମୁର୍ଷୁଣ୍ଢୀ ରେ 43 ଗଜ ଲକ୍ଷ୍ମୀପୂଜା ପାଇଁ ମୁରାସୁର ବରଣ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୩ତମ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମୁରାସୁର ଦରବାର ଅନୁଷ୍ଠିତ କରାହେବ । ଏହା ଆସନ୍ତା ତା.୦୬/୧୦/୨୦୨୫ ରିଖ ଠାରୁ ତା.୧୪/୧୦/୨୦୨୫ ରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳନ କରାଯିବ । ଏହି ଉପଲକ୍ଷେ ମୁରାସୁର ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ଯାତ୍ରା କମିଟିର ପ୍ରତିନିଧି ଦଳ କଳାକାର ଗୋପାଳ ପଣ୍ଡା ଙ୍କୁ ଗୁଆ, ନଡ଼ିଆ ଓ ଉପଢ଼ୌକନ ସହ ବରଣ କରିଛନ୍ତି। ଏହି ପ୍ରତିନିଧି ଦଳ ରେ ସଭାପତି ଲବ କୁମାର ସାହୁ, ସଂପାଦକ ତ୍ରୟଞ୍ଜିବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି , ଉପ ସଭାପତି ଧନଞ୍ଜୟ ସାହୁ , ସଦସ୍ୟ ବଳରାମ ପ୍ରଧାନ , ସନତ ସିଂ, ଆଦିତ୍ୟ ସାହୁ , ପଦ୍ମନାଭ ପ୍ରଧାନ, ଉତ୍ତର ନାଏକ ପ୍ରମୁଖ ରହିଥିଲେ ।