କୋଟସମଲାଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ଵାରା କୋଟସମଲାଏ ଗ୍ରାମପଞ୍ଚାୟତର ସବୁ ଗ୍ରାମରେ ଯୋଗ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇ ଯାଇଛି। ଦୁଇଦିନ ଧରି ଖୁଣ୍ଟୁଲାପାଲି ଗ୍ରାମରେ ସକାଳ ୬ଟା ରୁ ୭.୩୦ ପର୍ଯ୍ୟନ୍ତ ଯୋଗ କଳାଂଶ ହୋଇଥିଲା। ଏହି କଳାଂଶରେ ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ଯୋଗର ମନ୍ତ୍ର, ସୂକ୍ଷ୍ମ ବ୍ୟାୟାମ, ବିଭିନ୍ନ ପ୍ରକାର ଆସନ, ମୁଦ୍ରା,ପ୍ରାଣାୟାମ, ଏକ୍ୟୁପେସର,ଷଟ୍କର୍ମ ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା ଉପରେ ଅଭ୍ୟାସ କରାଇବା ସହ ପ୍ରତିଦିନ ସବୁ ପରିବାରରେ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଗ୍ରାମର ଯୋଗ ପ୍ରେମୀମାନେ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଉଚିତ୍ ବୋଲି ସଂକଳ୍ପ କରିଥିଲେ । ଆଶାକର୍ମୀ ମମତା ଗରିଆ ଉପସ୍ଥିତି ରହି ମତ ରଖିଲେ ପ୍ରତି ପରିବାରରୁ ସମସ୍ତେ ଆସି ଯୋଗ ବିଷୟରେ ଅବଗତ ହେବା ସହିତ ଯୋଗ ଅଭ୍ୟାସ କରିବା ଆବଶ୍ୟକତା ରହିଛି । ଶେଷରେ ବିଜୟ କୁମାର୍ ମେଣ୍ଡିଲି ଧନ୍ୟବାଦ ଅର୍ପଣ କରି ଶାନ୍ତିମନ୍ତ୍ର ସହ କଳାଂଶ ଶେଷ କରାଯାଇଥିଲା।