Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟେସିଂହା ଉଚ୍ଚ ବିଦ୍ୟାଳୟ ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଜଟେସିଂହା ଉଚ୍ଚ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ବେଦବାକ୍‌ଙ୍କ ତତ୍ତ୍ୱାବଧାନରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହିତ ଶିକ୍ଷକ ମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ । ଉକ୍ତ ଶିବିରକୁ ଯୋଗ ଶିକ୍ଷକ ଦିନେଶ ବିଶ୍ୱାଲ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ସୂକ୍ଷ୍ମ ବ୍ୟାୟାମ , ଆସନ , ପ୍ରାଣାୟାମ କରାଇବା ସହିତ ଜୀବନରେ ଯୋଗର ଆବଶ୍ୟକତା ଉପଯୋଗ ଏବଂ ସୁସ୍ଥ ଶରୀର ସୁସ୍ଥ ସମାଜ ଗଠନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୁରୁଦତ୍ତ ମିଶ୍ର ଶେଷରେ ଧନ୍ୟବାଦ ଜ୍ଞାପନ କରିବା ସହ ବିଜ୍ଞାନ ଓ ଯୋଗ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି କହିଥିଲେ । ଯୋଗ କୁ ଆମର ଅଭିନ୍ନ ଅଙ୍ଗ ଭାବରେ ମନେ କରି ପ୍ରତିଦିନ ଯୋଗ କରିବା ଉଚିତ୍ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ