Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ଗୀତା ଆବୃତି ପ୍ରତିଯୋଗୀତା ଅନୁଷ୍ଠିତ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ପ୍ରଜ୍ଞାନମିଶନ ଆନୁକୂଲ୍ୟରେ ବ୍ଳକସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଉଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଭୁବନେଶ୍ୱର ପଣ୍ଡା ଯୋଗ ଦେଇ ଗୀତା ପାଠର ଲକ୍ଷ୍ୟ ଓ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଏଥିରେ ସର୍ବମୋଟ୍ ୩୧ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ | ‘କ’ ବିଭାଗର ମୋଟ୍ ୧୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସ୍ୱରୂପ ଥନାପତି ଦ୍ଵିତୀୟ ବୈଶାଳୀ ବେହେରା , ତୃତୀୟ ସ୍ନେହା ମେହେର। ‘ଖ’ ବିଭାଗର ମୋଟ୍ ୧୪ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସିମ୍ରନ୍ ସାହୁ ,ଦ୍ଵିତୀୟ ଅଭିଷେକ ଆଚାର୍ଯ୍ୟ , ତୃତୀୟ ଗୁଞ୍ଜନ୍ ଶ୍ରୀବାସ୍ ରହିଛନ୍ତି ।’ଗ’ ବିଭାଗରେ ମୋଟ୍ ୦୬ ପ୍ରତିଯୋଗୀଙ୍କ ମଧ୍ଯରୁ ପ୍ରଥମ ଆଦେଶ ଥନାପତି, ଦ୍ଵିତୀୟ ଜସ୍ମିନ୍ ଆଚାର୍ଯ୍ୟ , ତୃତୀୟ ସୀମାରାଣୀ ବାରିକ୍ କୃତକାର୍ଯ୍ୟ ହୋଇଛନ୍ତି। ବିଚାରକ ଭାବେ ଯୋଗ ଦେଇଥିଲେ ଯୋଗିନ୍ଦ୍ର ପ୍ରସାଦ ପଣ୍ଡା,ପ୍ରସନ୍ନ କୁମାର ଶତପଥୀ, ଡ. ଅନିରୁଦ୍ଧ କୁରକୁରିଆ, ସୁରେଖା ଆଚାର୍ଯ୍ୟ, ବିଷୟା ହୋତା, ଅଜିତ୍ କୁମାର ରଣା, ବଲ୍ଲଭ ପୁରୋହିତ, କାଳିଆ ପଣ୍ଡା, ବୈଶମ୍ପାୟନ ପଣ୍ଡା,ସୁରେଶ ମହାକୁର, ଭୁବନେଶ୍ୱର ପଣ୍ଡା ପ୍ରମୁଖ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶୁଶାନ୍ତ କୁମାର୍ ଘିବିଲା ସଂଯୋଜନା କରଥିଲେ । ମିଶନ୍ ର କାର୍ଯ୍ୟକର୍ତ୍ତା ଡ.ହୃଷୀକେଶ ଦେହେରୀ ପୁରସ୍କାର ବିତରଣ କରିଥିବା ବେଳେ ଶୀତାଂଶୁ ପୁଝାରୀ , ଶଙ୍କର ଥନାପତି , ରଞ୍ଜିତ ନାୟକ , ସ୍ୱାଗତିକ ମେଶୁଆ , ରଜନୀ ମିଶ୍ର , ଗୀତା କର୍ମୀ , ଯାଜ୍ଞସିନୀ ମେହେର , ନନ୍ଦିତା ପୁରୋହିତ , ଗୌତମୀ ଶ୍ରୀବାସ୍ , ସବିତା ରଣା , ବିକାଶ ମହାକୁର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଚ୍ୟୁତାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।