Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦିଲ୍ଲୀ BMW ଦୁର୍ଘଟଣା: ଅଭିଯୁକ୍ତ ମହିଳା ଗିରଫ, କାର ଧକ୍କାରେ ଅର୍ଥମନ୍ତ୍ରଣାଳୟ ଅଧିକାରୀଙ୍କ ହୋଇଥିଲା ମୃତ୍ୟୁ

ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳରେ ଘଟିଥିବା BMW ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବ ବର୍ଷୀୟ ନବଜୋତ ସିଂହଙ୍କ ମୃତ୍ୟୁ ଘଟିଛି । ଏହା ସହ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ, BMW କାର  ଚଳାଉଥିବା ଗଗନପ୍ରୀତ କୌର ନାମକ ମହିଳାଙ୍କୁ  ଆଜି ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ଏବଂ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପୋଲିସର କହିବା ଅନୁସାରା, ବିଏମ୍‌ଡବ୍ଲୁ କାର ଗଗନପ୍ରୀତ  ଚଳାଉଥିଲା। ତାଙ୍କ ସହ ସ୍ବାମୀ ପରିକ୍ଷୀତ ମକ୍କଡ ଓ ଦୁଇ ଛୋଟ ସନ୍ତାନ ମଧ୍ୟ ଥିଲେ। କାର୍ ଗଗନପ୍ରୀତଙ୍କ ନାଁରେ ରେଜିଷ୍ଟ୍ରଡ୍ ରହିଛି। ସେ ପଶ୍ଚିମ ଦିଲ୍ଲୀର ରାଜୌରି ଗାର୍ଡେନ ଅଞ୍ଚଳରେ ରୁହନ୍ତି। ଦୁର୍ଘଟଣା ପରେ ଗଗନପ୍ରୀତ ଓ ତାଙ୍କ ସ୍ବାମୀ ନଭଜୋତ ଏବଂ ତାଙ୍କ ପତ୍ନୀଙ୍କୁ ଜିଟିବି ନଗର ଥିବା ନ୍ୟୁଲାଇଫ୍ ହସ୍ପିଟାଲ ନେଇଯାଇଥିଲା। କୁହାଯାଉଛି ଯେ, ଏହି ହସ୍ପିଟାଲ ଗଗନପ୍ରୀତଙ୍କ ଜଣେ ପରିଚିତଙ୍କ ହସ୍ପିଟାଲ।ହୁଏତ ସେଠାରେ

ନଭେଜୋତ ସିଂହଙ୍କ ମୃତ୍ୟୁ ମାମଲାରେ ଆହତ ପତ୍ନୀ ସନ୍ଦୀପ କୌର ସଙ୍ଗୀନ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣା ପରେ ନବଜୋତ ବଞ୍ଚିଥିଲେ, ତାଙ୍କର ନିଶ୍ୱାସ ଚାଲୁଥିଲା।  ତାଙ୍କ ଅନୁରୋଧ ପରେ, BMW କାରରେ ଥିବା ଦମ୍ପତି ତାଙ୍କୁ ନିକଟରେ ଥିବା ହସ୍ପିଟାଲକୁ ନନେଇ ୧୯  କିଲୋମିଟର ଦୂରରେ ଥିବା ନ୍ୟୁଲାଇଫ୍ ହସ୍ପିଟାଲ ନେଇଯାଇଥିଲେ। ନବଜୋତ ତାଙ୍କ ପତ୍ନୀ ସନ୍ଦୀପ କୌରଙ୍କ ସହିତ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଫେରୁଥିବା ସମୟରେ ତାଙ୍କ ସହିତ ଏହି ଦୁର୍ଘଟଣା ଘଟିଥିଲା। ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଫେରିବା ପରେ, ଉଭୟ କର୍ଣ୍ଣାଟକ ଭବନରେ ଖାଇ ସାରି ଘରକୁ ଫେରୁଥିଲେ। ଏହି ସମୟରେ, ଗଗନପ୍ରୀତ କୌରଙ୍କ BMW କାର ପଛରୁ ସେମାନଙ୍କ ବାଇକ୍କୁ  ଧକ୍କା ହୋଇଥିଲା। ଦୁର୍ଘଟଣାରେ ନବଜୋତ ସିଂହଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ପତ୍ନୀ ସନ୍ଦୀପ କୌର ଗୁରୁତର ଆହତ ହୋଇଥିଲେ।