Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଧରିତ୍ରୀ ମା ର ସୁରକ୍ଷା ପାଇଁ ଗଚ୍ଛ ଟିଏ ଲଗାଇବା କାର୍ଯ୍ୟକ୍ରମ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପରିବେଶପ୍ରେମୀ ସତ୍ୟଜିତ ଗଡୁଆଙ୍କ ଉଦ୍ୟମରେ ପ୍ରକୃତିଗ୍ରାମ ଖଜୁରିଆପାଲି ଠାରେ ଧରିତ୍ରୀ ମାଁ ର ସୁରକ୍ଷା ପାଇଁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଛି l ସତ୍ୟଜିତ ନିଜସ୍ୱ ଉଦ୍ୟମରେ ଗାଁ ର ଯୁବଗୋଷ୍ଠୀ ଏବଂ ମହିଳା ମାନଙ୍କ ଦ୍ୱାରା ଉଜୁଡା ଜଙ୍ଗଳ ମଧ୍ୟରେ ଖାଲି ଥିବା ସ୍ଥାନ ଗୁଡି଼କରେ କରଞ୍ଜ , ଅର୍ଜୁନ, ନିମ୍ବ , ଜାମ୍ବୁ , ଶିଶୁ ଭଳି ବିଭିନ୍ନ ପ୍ରଜାତିର ଗଛ ସମସ୍ତେ ସ୍ବେଚ୍ଛାକୃତ ଭାବେ ରୋପଣ କରିବା ସହ ଧରିତ୍ରୀ ମା କୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ଏବଂ ପ୍ରକୃତି ପରିବେଶକୁ ସୁରକ୍ଷା କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରକୃତିପ୍ରେମୀ ମହିଳା ସଂଗୀତା ପାତ୍ରଙ୍କ ସମେତ ଗୁପ୍ତେଶ୍ୱର ଦେହେରି, ଦେବେନ୍ଦ୍ର ମାଝୀ, ସୁବାସିନୀ ମାଝୀ, ସନ୍ତୋଷ ମାଝୀ, ବିଶ୍ଵନାଥ ଗଡୁଆ ପ୍ରମୁଖ ସହଯୋଗ କରିଥିଲେ l