Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋ-ବନ୍ଧ୍ୟା ନିରାକରଣ ଓ କୃମିନାଶକ ଚିକିତ୍ସା ଶିବିର

ଝାରସୁଗୁଡା ୧୬/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମର ଗ୍ରାମରେ ପ୍ରାଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ସଞ୍ଜିତ ପଧାନ ଯୋଗଦେଇ ଶିବିରକୁ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଉତ୍ତମ ଗୋ-ପାଳନ, ରୋଗ ବ୍ୟାଧି ନିରାକରଣ, ପ୍ରତିଷେଧକ ଟୀକା ଏବଂ ସରକାରଙ୍କ ପକ୍ଷରୁ ଗୋ ପାଳନ ନିମନ୍ତେ ଦିଆ ଯାଉଥିବା ବିଭିନ୍ନ ସୁବିଧା ବିଷୟରେ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ପଣ୍ଡା ଉପସ୍ଥିତ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ ।
ଉକ୍ତ ଶିବିରରେ ପ୍ରାଣୀଧନ ନିରୀକ୍ଷକ ଶିବାସୀଷ ପାଢ଼ୀ, ଜୟନ୍ତ କୁମାର ରାଉତ, ସୁରସେନ ଭୋଇ ୨୩ ଜଣ ଗୋ ଚାଷୀଙ୍କ ମୋଟ ୫୦ ଟି ଗାଈଙ୍କ ବନ୍ଧ୍ୟା ଜନିତ ରୋଗ ନିରୂପଣ କରିବା ସହିତ ଔଷଧ ଓ ପ୍ରତିଷେଧକ ଟୀକା ଦେଇଥିଲେ ।
ସମ୍ବଲପୁର ସମଲେଶ୍ବରୀ ଦୁଗ୍ଧ ଉତ୍ପାଦକ କେନ୍ଦ୍ର ତରଫରୁ ଆସିଷ୍ଟାଣ୍ଟ ଭେଟେନାରୀ ଅଧିକାରୀ ବିଜୟ ସାଗର , ଲଖନପୁର ବ୍ଲକ ଆରଆଇସି ମଧୁସୂଦନ ଭୋଇ ଏବଂ କୁମର ଗାଁର ଜୟ ଜଗନ୍ନାଥ ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।