ଲଖନପୁର ବ୍ଲକ ସ୍ତରୀୟ ଖୋଖୋ ଓ କବାଡି ପ୍ରତିଯୋଗିତା ୯୬ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ

ଝାରସୁଗୁଡା ୧୬/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଲସଦା ପଞ୍ଚାୟତ ସ୍ଥିତ ଉଦେ ବେହେରା ହାଇସ୍କୁଲ ଖେଳ ପଡ଼ିଆରେ ଆଜି ବ୍ଲକ ସ୍ତରୀୟ ଖୋଖୋ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଉଦେ ବେହେରା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ନନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିମଳ କୁମାର ତାଣ୍ଡି ମୁଖ୍ୟ ଅତିଥି,ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୁଖ୍ୟବକ୍ତା ଏବଂ ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମସାଗର ଚୌଧୁରୀ, ଉଦେ ବେହେରା ହାଇସ୍କୁଲ ପରିଚାଳନା କମିଟି ସଭାପତି ଖୁସିରାମ ଭୋଇ, ପଲସଦା ସମିତି ସଭ୍ୟା ଜାନକୀ ରୋହିଦାସ, ସିଆରସିସି ବିବେକାନନ୍ଦ ବାର୍ଲା, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ତୀର୍ଥବାସୀ ମେହେର,ଉଜଳ ସା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ତାଣ୍ଡି କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
ଲଖନପୁର ଶିକ୍ଷା ବ୍ଲକ ଅଧିନସ୍ଥ ମୋଟ ୩୩ ଟି ବିଦ୍ୟାଳୟରୁ ୩୨୦ ଜଣ ୧୪ ରୁ କମ ଓ ୧୭ ବର୍ଷ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୯୬ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।
ଦଲଗାଁ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅଶୋକ ପାଢ଼ୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପଲସଦା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଭିନ୍ନ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ମାନଙ୍କ ମଧ୍ୟରେ ଅନିରୁଦ୍ଧ ପଧାନ ମିତ୍ରଭାନୁ ସହି, ସୁକାନ୍ତ ବାଗ,ଗୌର ଚନ୍ଦ୍ର ଭୋଇ,ନିର୍ମଳ ବିଶ୍ଵାଳ, ରୀନା ତିର୍କୀ,ସୁମିତା ସେଟ,ନନ୍ଦିନୀ ରାଉତ, ଇନ୍ଦ୍ରମଣି ସା,ସୁଶାନ୍ତ ସାହୁ, ପ୍ରଦୀପ ପଧାନ,ତାଜନ ବିଶ୍ଵାଳ,ଲୋଚନ କାନ୍ଦ୍ରା ପ୍ରମୂଖ ଖେଳ ପରିଚାଳନା କରିଥିଲେ । ପଲସଦା ହାଇସ୍କୁଲର ସହକାରୀ ଶିକ୍ଷକ ଶୁଭମ ସିଂହ ଦେଓ,ପୂର୍ଣ୍ଣାନନ୍ଦ କିସାନ,ଶୁଖିରାମ ବଂଜାରା, ଉଦ୍ଧବ କନ୍ଦଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।