ସପ୍ତ ଦୀପା ସାହିତ୍ୟ ସଂସଦ ର 124 ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ

ବୀରମହାରାଜପୁର :
ସପ୍ତଦୀପା ସାହିତ୍ୟ ସଂସଦର ୧୨୪ ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ ଗୋପାଳ ରାଇସ୍ ମିଲ୍ ବାଙ୍କବିଜା ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଡକ୍ଟର ଆର୍ତ୍ତତ୍ରାଣ ବାବୁଙ୍କ ଆବାହନ କ୍ରମେ ସଂସଦର ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋରେ ଯୋଗ ଗୁରୁ ଗୋରଖନାଥ ସାହୁ ମୁଖ୍ୟ ଅତିଥି , ଶିକ୍ଷାବିତ ଯୋଗୀନ୍ଦ୍ର ପଣ୍ଡା ସମ୍ମାନିତ ବକ୍ତା , ଡକ୍ଟର ସନ୍ତୋଷ ପାଢ଼ୀ ଏବଂ ଡକ୍ଟର ନିରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରସ୍ଵତ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମଞ୍ଜୁଶ୍ରୀ ବାବୁ ବାସନ୍ତୀ ସଂଗୀତ ଗାନ କରି ସମସ୍ତଙ୍କୁ ସ୍ବାଗତ କରିଥିଲେ ।ଆବାହକ ଡକ୍ଟର ଆର୍ତ୍ତତ୍ରାଣ ବାବୁ ସମାରୋହ ର ପ୍ରାକ୍ କଥନ ସହିତ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିଲେ। ପରେ ପରେ ତନ୍ମୟବାଳା ମିଶ୍ର ଓ ନିବେଦିତା ପାଢ଼ୀଙ୍କ ସଂଯୋଜନା ରେ କବି କବିତା ରାଣୀ ଝାଙ୍କର , ରଞ୍ଜନ କୁମାର ସା, ରୋଶନ୍ କୁମାର ସାହୁ , କରୁଣାକର ଖଣ୍ଟୁଆଳ , ଅଶୋକ ଚନ୍ଦନ ,ଡକ୍ଟର ଶୁଭେନ୍ଦୁ ମେହେର , ପ୍ରହଲ୍ଲାଦ ନାଏକ , ରାଜଶ୍ରୀ ବାବୁ , ଦିପ୍ତିରେଖା ବାବୁ , ବର୍ଷା ବେହେରl , ଯଶୋଦା ପାତ୍ର, ପୂଜା ବେହେରା ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ ।ଡକ୍ଟର ରାଧେଶ୍ୟାମ ମିଶ୍ର ସଭା ସଂଯୋଜନା କରିଥିବାବେଳେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ରାଇସ୍ମିଲ୍ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।