ବୀରମହାରାଜପୁର କଲେଜ ର ଛାତ୍ରଛାତ୍ରୀ କଲେ 600 ରୁ ଉର୍ଦ୍ଧ୍ୱ ଚାରା ରୋପଣ

ବୀରମହାରାଜପୁର :
“ଏକ ପେଡ୍ ମାକେ ନାମ” କାର୍ଯ୍ୟକ୍ରମ ଅବସରରେ ବୁଧବାର ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପଡିଆ , କାନପୁର ଯାତ୍ରା ପଡ଼ିଆ , ପଥରଘାଟ ଆଦି ତିନୋଟି ସ୍ଥାନରେ ୬୦୦ରୁ ଉର୍ଦ୍ଧ୍ଵ ଚାରାରୋପଣ କରିଛନ୍ତି | ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ଡ଼ ହିମାଂଶୁ ପାଢ଼ୀଙ୍କ ତତ୍ତ୍ଵାବଧାନରେ ୫୦ ଚାରା ରୋପଣ କରାଯାଇଥିବା ବେଳେ ଏନ ସି ସି ର ପ୍ରାକ୍ତନ କେପ୍ଟେନ୍ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧନରେ ଏନସିସି କ୍ୟାଡେଟ ଏବଂ ଛାତ୍ରଛାତ୍ରୀ ପଥର ଘାଟ ପଡ଼ିଆରେ ଚାରା ରୋପଣ କରିଥିବାବେଳେ ଜାତୀୟ ସେବା ଯୋଜନାର ସଂଚାଳିକା ଯାମିନୀ ଦାଶଙ୍କ ତତ୍ତ୍ଵାବଧାନରେ Nss ସ୍ଵେଚ୍ଛାସେବୀ, ଏବଂ ଛାତ୍ରଛାତ୍ରୀ କାନପୁର ଯାତ୍ରା ପଡ଼ିଆରେ ଚାରା ରୋପଣ କରିଥିଲେ |
କଲେଜ୍ ପରିସରରେ ଅଧ୍ୟାପକ, ବିଜୟ ପୁରୋହିତ,ଶିଶିର ବଣିଆ, ଅଧ୍ୟାପିକା ନିତାରାଣୀ ପଧାନ, ସୁବାସ ଶତପଥୀ, ଚିନ୍ମୟ ପଣ୍ଡା, ବରୁଣ କଲତା, ଦିବାକର ଭୋଇ, ଶ୍ରୀରାମ ଦେହେରୀ ପ୍ରମୁଖ ସହଯୋଗ କରିଥିବାବେଳେ, ପଥର ଘାଟ ରେ ଅଧ୍ୟାପକ ଯଜ୍ଞେଶ୍ଵର ବିଶି, ପ୍ରଭାତ ପୁରୋହିତ, ସଂଜିତ ନାୟକ,ବିଜୟ ପଧାନ, ଦୀପକ ଟୋପ , ସିଦ୍ଧେଶ୍ୱର ତ୍ରିପାଠୀ , ଅଧ୍ୟାପିକା ସୁପ୍ରଭା ନନ୍ଦ, ହରପ୍ରିୟା ମହାପାତ୍ର ପ୍ରମୁଖ କାନପୁର ପରିସରରେ ଅଧ୍ୟାପକ ଶିବ ପୁରୋହିତ, ପ୍ରକାଶ କୁମାର ସେଠ୍,ନରେନ୍ଦ୍ର ଝା , ସଞ୍ଜୟ ପ୍ରଧାନ , ଜିତେନ୍ଦ୍ର ସାହୁ , ଆଶିଷ କୁମାର ଅଗ୍ରୱାଲ , ଅଧ୍ୟାପିକା ଡ ବନ୍ଦିତା ବିଶ୍ଵାଳ ,ପ୍ରଫୁଲ୍ଲ କୁମାର ପଧାନ , ବିଦ୍ୟୁତ୍ ରଥ , ସୋନାଲି ମହାକୁର ପ୍ରମୁଖଙ୍କ ସହଯୋଗରେ ଛାତ୍ରଛାତ୍ରୀ ଚାରା ରୋପଣ କରିଥିଲେ | ଏହି ଅବସରରେ ମହାବିଦ୍ୟାଳୟର ୪୬୮ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ଆମ୍ବ , ଲିମ୍ବ, ଜାମୁ, ଲେମ୍ବୁ , ଅଁଳା ଆଦି ୬୮୨ଗଛ ଲଗାଯାଇଥିଲl | ବୃକ୍ଷ ହିଁ ଜୀବନ, ତେଣୁ ସବୁଜ ସୁନ୍ଦର ପୃଥିବୀ ଗଠନ କରିବା ପାଇଁ ଛାତ୍ରଛାତ୍ରୀ ସଂକଳ୍ପ ନେଇଥିଲେ ହୋଇଥିଲେ|