ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅମର ପାଲି ହାଇ ସ୍କୁଲ ରେ ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ଗୁରୁବାର ଦିନ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ସମ୍ବିତ ପ୍ରଧାନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ଶ୍ୟାମ ସୁନ୍ଦର ସେଠୀ ,ପଦ୍ମନାଭ ପ୍ରଧାନ , ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଚଳିତ ବର୍ଷ ପାଇଁ ବିଜ୍ଞାନ ଆଲୋଚନାଚକ୍ର ର ବିଷୟ ର ଶୀର୍ଷକ କ୍ୱାଣ୍ଟମ ଯୁଗ ଆରମ୍ଭ, ସମ୍ଭାବନା ଓ ଆହ୍ବାନ ହୋଇଥିବା ବେଳେ ଏଥିରେ ସ୍କୁଲର ପ୍ରାୟ ୩୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଜ୍ଞାନ ଶିକ୍ଷକ ପଦ୍ମନାଭ ପ୍ରଧାନ ଓ ସମ୍ବିତ ପ୍ରଧାନ ବିଚାରକ ଭାବେ ପ୍ରତିଯୋଗୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏଥିରେ ରୋଶନ ଧଳ ପ୍ରଥମ , ସମ୍ବିତ ପ୍ରଧାନ ଦ୍ଵିତୀୟ ଓ ଚନ୍ଦନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଆସନ୍ତା ୨୦ ତାରିଖରେ ବ୍ଲକ ପିତାମହୁଲ ହାଇସ୍କୁଲରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବା ପାଇଁ ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ରୋଶନ ଧଳ ଙ୍କୁ ଚୟନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ନଟବର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ ଓ ନଟବର ରଣା ସହଯୋଗ କରିଥିଲେ l