Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତଲି ମୁଣ୍ଡା ଗ୍ରାମର ଶତାଧିକ ମହିଳା ଦ୍ୱାରସ୍ଥ ହେଲେ ବୀରମହାରାଜପୁର ତହସିଲଦାର ଙ୍କ କାର୍ଯ୍ୟାଳୟ ରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଅନ୍ତର୍ଗତ ବହଳପଦର ରୁ ହାତୀଳିମୁଣ୍ଡା ପର୍ଯ୍ୟନ୍ତ ରାସ୍ତାରେ ଉଭୟ ପଶ୍ଵରେ ଥିବା ଗଛ ଗୁଡିକ ଦୁର୍ବୁତ୍ତ ମାନେ କାଟି ଦେଇଥିବା ହାତୀଳିମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏନେଇ ଗୁରୁବାର ହାତୀଳିମୁଣ୍ଡା ଗ୍ରାମର ଶତାଧିକ ମହିଳା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିବା ସହ ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ସୂଚନା ଅନୁସାରେ ବହଳପଦରରୁ ହାତୀଲି ମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଉଭୟ ପlଶ୍ଵରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା l ହେଲେ କିଛି ଖଳ ପ୍ରକୃତିର ଲୋକ ବହୁ ବଡ଼ ବଡ଼ ମୂଲ୍ୟବାନ ଗଛ ଯଥା ଶାଳ , ଶିଶୁ , ସାବୁନ , ଲିମ୍ବ , ବାଉଁଶ ଗଛ ଗୁଡିକ କାଟି ଜବର ଦଖଲ କରିଛନ୍ତି l ଏନେଇ ବନବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ୍ୟ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଣୁ ଆଜି ଶତାଧିକ ମହିଳା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦୁର୍ବୁତ୍ତ ମାନଙ୍କ ବିରୋଧରେ କାଇ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଏହାର ଏକକିତା ନକଲ ମୁଖ୍ୟ ମନ୍ତ୍ରୀ, ଜିଲ୍ଲା ପାଳ ଏବଂ ଡିଏଫଓଙ୍କୁ ପ୍ରେରଣା କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l