Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାମାଳ ରେ କୃଷକ ଓ ମହିଳା କୃଷିଯିବି ଙ୍କୁ ନେଇ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କୃଷି ଓ କୃଷକ ବିକାଶ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଚମ୍ପାମାଲ ଗ୍ରାମପଞ୍ଚାୟତ ସରପଞ୍ଚ ମହେନ୍ଦ୍ର ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷକ ମାନଙ୍କୁ ତାଲିମ ଗ୍ରହଣ କରି ଉତ୍ତମ ଜ୍ଞାନ ଆହୋରଣ କରି କାର୍ଯ୍ୟ ରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ l ଅଗ୍ରଣୀ ଚାଷୀ କିଶୋର ହୋତା ଙ୍କ ଉଦ୍ୟମ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସତ୍ୟବ୍ରତ ମଙ୍ଗରାଜ, ଲୋପାମୁଦ୍ରା ରାୟ , ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ ରାଏ , ବୈଜ୍ଞାନିକ ସୁପ୍ରଭା ସେଠୀ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ମିଶନ ଶକ୍ତି ର ଏମ ବି କେ ବୀଣାପାଣି ହୋତା , ଚମ୍ପେସିନୀ ଗୃପ ର ସଭାପତି ଧରିତ୍ରୀ ମହାରଣା , ରୋଜିନା ମହାରଣା , ଅନ୍ନପୂର୍ଣ୍ଣା ମହାରଣା , ବରିଷ୍ଠ ଚାଷୀ ବେଣୁଧର ନାଏକ , ମନୁ ଗୁଦୁରିଆ , ଅନନ୍ତ ପୁରୋହିତ,, ଶ୍ୟାମ ସୁନ୍ଦର ହୋତା , ବିଶ୍ୱନାଥ ଥନାପତି, ଚିନ୍ମୟ ସାହୁ , ସୁରୁବାବୁ ପଧାନ ଙ୍କ ସମେତ ୫0ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦାନ କରିଥିଲେ l