ମହାଳୟା ଅବସରରେ ଉଲୁଣ୍ଡାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ବିଜୁ ପଟ୍ଟନାୟକ୍ ମିନି ଷ୍ଟାଡିୟମ୍ଠାରେ ଲୋକସେବା ସ୍ବେଚ୍ଛାସେବୀ ସଂଗଠନ ସୋନପୁର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟାବରଣ ଗତିବିଧି ବଲାଙ୍ଗିର ବିଭାଗ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ପୃଥିବୀକୁ ସବୁଜ ସୁନ୍ଦର କରିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ବୋଲି ଶ୍ରୀ ପଣ୍ଡା କହିଥିଲେ। ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ଯୁଧିଷ୍ଠିର ମେହେର , ଓଡ଼ିଶା ସରକାରଙ୍କ ଦ୍ୱାରା ପୁରସ୍କାରପ୍ରାପ୍ତ ପ୍ରକୃତି ବନ୍ଧୁ ଡ଼. ହୃଷୀକେଶ ଦେହେରୀ , ଶମ୍ଭୁରାଜ୍ କର୍ଣ୍ଣ , ଧବଳେଶ୍ୱର ଭୁକ୍ତା , ଶିକ୍ଷକ ସୁଦାମ କର୍ଣ୍ଣ , ଆର୍ତ୍ତତ୍ରାଣ ପଣ୍ଡା , ସ୍ଵେଚ୍ଛାସେବୀ ଗଙ୍ଗାଧର ବାଘ , କିର୍ତ୍ତିମନ୍ ମେହେର ଓ ଭୀଷ୍ମଜିତ କର୍ମୀ ଉପସ୍ଥିତ ଥିଲେ ।ଏହି ବୃକ୍ଷରୋପଣ ଅଭିଯାନରେ ସମ୍ବଲପୁରରୁ ମାସୁଦ ଆଲମ୍ , ସୁଶାନ୍ତ କୁମାର କେୱଟ୍, ବିକାଶ ରାଣା ଓ ଗୋପରଞ୍ଜନ କୁମ୍ଭାର ସକ୍ରିୟ ଭାଗୀଦାରୀ ରହିଥିଲେ। ପର୍ଯ୍ୟାବରଣ ସୁରକ୍ଷା ଓ ନୂଆ ପିଢ଼ୀକୁ ଉତ୍ସାହିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ।