Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପଖଣ୍ଡ ଡାକ୍ତରଖାନା ବୀରମହାରାଜପୁର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଚିକିତ୍ସା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବୀରମହାରାଜପୁର :ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଓଡ଼ିଶା ସରକାର ଙ୍କ ଦ୍ଵାରା ଗତ ୧୭ ତାରିଖ ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ମହିଳା ସ୍ବାସ୍ଥ୍ୟ , ପୋଷଣ , ଉପଯୁକ୍ତ ଖାଦ୍ୟ ପାନୀୟ ସମ୍ପର୍କରେ ସଚେତନତା କ୍ୟାମ୍ପେନ୍ କରାଯିବା ସହ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଉଛି । ଏଥିରେ ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ, ରକ୍ତ ହୀନତା, ଯକ୍ଷ୍ମା, ସିକିଲ୍‌ସେଲ୍‌ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗ ଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯାଇ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରା ଯାଉଛି ।ଏହି କ୍ରମରେ ସୋମବାର ଉପଖଣ୍ଡ ଡ଼ାକ୍ତରଖାନା ବୀରମହାରାଜପୁର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ସମସ୍ତ ବର୍ଗର ୩୫୦ ଜଣ ମହିଳା ମାନଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଡାକ୍ତର ନରେନ୍ଦ୍ର କୁମାର ମେହେର, ଭେଷଜ ବିଶେଷଜ୍ଞ, ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ , ମାନସିକ ରୋଗ ବିଶେଷଜ୍ଞ, ଡାକ୍ତର ସତ୍ୟ ନାରାୟଣ ପଣ୍ଡା, ଦନ୍ତରୋଗ ବିଶେଷଜ୍ଞ, ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିବିର କୁ ଆସିଥିଲେ।ଏହା ସହିତ ଡାକ୍ତର ସରୋଜ କୁମାର ପାଣିଗ୍ରାହୀ, କର୍ଣ୍ଣ, ନାସା, ଗଳା ରୋଗ ବିଶେଷଜ୍ଞ, ଡାକ୍ତର ଆଶିଷ କୁମାର ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ, ଡାକ୍ତର ସ୍ବପ୍ନେଶ୍ବର ବେହେରା, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ, ଡାକ୍ତର ଅର୍ପିତା ପ୍ରଧାନ, ଶିଶୁରୋଗ ବିଶେଷଜ୍ଞ,ଡାକ୍ତର ମାନସ କୁମାର ରଥ, ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟସେବା ଯୋଗାଇ ଥିଲେ । ଏତତ୍ ସହିତ ମହାନଦୀ ନେତ୍ର ଚିକିତ୍ସାଳୟ ର କର୍ମଚାରୀ ମାନେ ଚକ୍ଷୁ ପରୀକ୍ଷା କରିଥିଲେ।ଏକ୍ସ୍‌ରେ, ରକ୍ତ ପରୀକ୍ଷା, ଟୀକା କରଣ, ଯୋଗ, ଆୟୁଷ ସେବା ମଧ୍ୟ ଉପଲବ୍ଧ କରା ଯାଇଥିଲା । ମହେନ୍ଦ୍ର ମିଶ୍ର , ବିପିଏମ୍ , ଅବିନାଶ ହୋତl , ବିଏଏମ୍, ସ୍ବର୍ଣ୍ଣପ୍ରଭା ଜୁଏଡ୍ , ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ , ପ୍ରବୀଣ ରଥ, ଏମ୍‌ଆର୍‌ଏ ଓ ଚିକିତ୍ସାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ବିଜେପି ପ୍ରତିନିଧି ଭାବେ ବଲାଙ୍ଗୀର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ସୁମନ୍ତ ଜଗଦଲା , ରୋହିତ ହୋତା , ଶରତ ମିଶ୍ର , ବିଶ୍ବନାଥ ଥନାପତି ପ୍ରମୁଖ ଶିବିର ପରିଦର୍ଶନ କରିଥିଲେ।