ଲକ୍ଷ୍ମୀ ବିକାଶ ପ୍ରେକ୍ଷାଳୟ ଠାରେ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଓ ହାର୍ଟଫୁଲନେସ ସଂସ୍ଥା ଏବଂ ଏନ ଏସ ଏସ କୋ ୟୁନିଟ, ବିକାଶ ର ମିଳିତ ଉଦ୍ୟମରେ ଯୋଗ ଓ ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ ସମାରୋହ ଆୟୋଜିତ

ଭବାନୀପାଟଣା, ୨୪/୦୯
(ଜଗନ୍ନାଥ ନାଏକ) : ରବିବାର ଦିନ ଲକ୍ଷ୍ମୀ ବିକାଶ ପ୍ରେକ୍ଷାଳୟ ଠାରେ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଓ ହାର୍ଟଫୁଲନେସ ସଂସ୍ଥା ଏବଂ ଏନ ଏସ ଏସ କୋ ୟୁନିଟ, ବିକାଶ ର ମିଳିତ ଉଦ୍ୟମରେ ଯୋଗ ଓ ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ ସମାରୋହ ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ ଅନୁପ ଖେଲଗାଓଁକର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ କୁଞ୍ଜ ବିହାରୀ ସାହୁ, ସଂଯୋଜକ ପି ରାମା ରାଓ, ପୋନ୍ନାପ୍ପା ବୈଭବ ବାସୁଦେବ ରେଡ୍ଡୀ (ସ୍ଥାନୀୟ ସଂଗଠକ), ଅଙ୍କିତ ସିଂହ ଯୁବ ସଂଗଠକ, ଡ ଅବକାଶ ପୁଞ୍ଜି, ଡ ଭଗବାନ ସାହୁ, ସନତ ବେହେରା, ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ପ୍ରବନ୍ଧକ ଗୁପ୍ତେଶ୍ଵର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ |
ହାର୍ଟଫୁଲନେସ ସଂସ୍ଥାର ଗ୍ଲୋବାଲ ଗାଇଡ ଡ କମଲେଶ ଡି ପଟେଲ (ଦାଜୀ) ଜୁମ ଅନ ଲାଇନ ପ୍ଲାଟଫର୍ମରେ ଯୋଡିହୋଇ ନିଶା ମୁକ୍ତି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ | ପରେ ନିଶାମୁକ୍ତ ସାମୁହିକ ଶପଥ ପାଠ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ମାନେ ଉତ୍ସହର ସହ ଭାଗ ନେଇଥିଲେ । କିଭଳି ଭାବରେ ଭାରତର ଯୁବ ସମାଜକୁ ନିଶା କବଳରୁ ମୁକ୍ତ କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ଯକ୍ରମଟିକୁ ଏନ ଏସ ଏସ ଅଫିସର ଅଶ୍ବିନ କୁମାର ରାଉତ ପରିଚାଳନା କରିଥିଲେ |