Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଲବ ୯୯ ତରଫରୁ ଚିତାକର୍ଷକ ଶୋଭାଯାତ୍ରା

ବେଲଗୁଣ୍ଠା: ବେଲଗୁଣ୍ଠାରେ ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠିତ କ୍ଳବ ୯୯ ତରଫରୁ ଏକ ମନମୁଗ୍ଧକର ଚିତ୍ତାକର୍ଷକ ପଟୁଆର ଓ ଉପଭୋଗ୍ୟ ଆତସବାଜି ରେ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ହୋଇଯାଇଅଛି । ପରମ୍ପରା ଅନୁଯାୟୀ ପୂର୍ବାହ୍ନ କ୍ଳବ ର ସମସ୍ତ ସଦସ୍ୟ, ସଦସ୍ୟା, ଯାତ୍ରା ମହୋତ୍ସବ କମିଟି ଓ ସହରର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବେଲଗୁଣ୍ଠା ନୃସିଂହ ମନ୍ଦିର ବାହାରି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଡ଼ଦାଣ୍ଡ,ଶୁଣ୍ଢି ସାହି,ବାଙ୍କ ବଜାର,ହାଟପଦା ଛକ,କୋଳି ସାହି ଦେଇ ମାଁ ଙ୍କ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ।ସେଠାରେ ମାଁ ଙ୍କୁ ବରଣ କରି ସଂଧ୍ୟାର ନଗର ପରିକ୍ରମା ନିମିତ୍ତ ନିମନ୍ତ୍ରଣ ପ୍ରଦାନ କରିଥିଲେ । ମାଁ ଙ୍କ ସମ୍ମତି ପୂର୍ବକ ମସ୍ତକରୁ ପୁଷ୍ପ ଝରିତ ହୋଇଥିଲା । ମାଁ ବ୍ରାହ୍ମଣ ଦେବୀଙ୍କ ଜୟ ଜୟ କାର ଶବ୍ଦର ଅସ୍ଥାୟୀ ପୀଠରେ ଗୁଞ୍ଜରିତ ହୋଇଥିଲା ।ସଂଧ୍ୟା ୭ ଘଣ୍ଟା ସମୟରେ ଏକ ମନମୁଗ୍ଧକର, ଚିତ୍ତାକର୍ଷକ ପଟୁଆର ଆରମ୍ଭ ହୋଇଥିଲା । ପଟୁଆରରେ ବାଘ ଷଣ୍ଢ,ଡିଜେ ସାମିଲ୍ ହୋଇଥିବା ବେଳେ ସ୍ୱତନ୍ତ୍ର ଆକର୍ଷଣ ଥିଲା ସୁଦୂର ବାଲିଗୁଡାର ହନୁମାନ, ବେଲଗୁଣ୍ଠାରେ ଅଞ୍ଚଳର ବଛା ବଛା ଢୋଲିଆ ମାନଙ୍କୁ ନେଇ ୨୧ ଢୋଲର ଅପୂର୍ବ ସମନ୍ୱୟ, ଜଗନ୍ନାଥ ପ୍ରସାଦ ଜିରାବାଡିର ଭଗବତ୍ ପ୍ରେମୀ ମାନଙ୍କର ଘଣ୍ଟ ଆଖଡା ଦଳ ।ତା ସହିତ ପଟୁଆରକୁ ଅଧିକ ଆକର୍ଷଣୀୟ କରିଥିଲା ବିଭିନ୍ନ ପ୍ରକାରର ଆତସବାଜି ପ୍ରଦର୍ଶନ । ମାଁ ଙ୍କୁ ସଂଧ୍ୟାରେ ଆବାହନ କରିବା ପରେ ପୂଜାର୍ଚ୍ଚନା, ଆରତୀ କରାଯାଇ ମାଁ ସିଂହବାହିନୀରେ ନଗର ପରିକ୍ରମା ଆରମ୍ଭ କରିଥିଲେ । ଶୋଭାଯାତ୍ରା ବେଲଗୁଣ୍ଠା ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତସବାଜି କାର୍ଯ୍ୟକ୍ରମ ।ପ୍ରାୟ ଦେଢ଼ ଘଣ୍ଟା ର ଆତସବାଜି ପ୍ରଦର୍ଶନ କରିବା ସମୟରେ ବେଲଗୁଣ୍ଠା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଥିଲା । ବିଭିନ୍ନ ପ୍ରକାରର ଆତସବାଜି ବେଲଗୁଣ୍ଠା ଆକାଶ ଆଲୋକିତ ହୋଇଉଠିଥିଲା । ଯାତ୍ରା କମିଟି ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।ବାଣ ପ୍ରଦର୍ଶିତ ହେବା ସମୟରେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ କର୍ମଚାରୀ, ଆରକ୍ଷୀ ବାହିନୀ, ଯାତ୍ରା କମିଟି ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ମାଁ ବ୍ରାହ୍ମଣ ଦେବୀ ନିଜର ଦେବିଲୀଳା ସ୍ୱରୂପ ନଗର ପରିକ୍ରମା ସମାପନ କରି ରାତି ପ୍ରାୟ ୩.୩୦ ସମୟରେ ଅସ୍ଥାୟୀ ପୀଠକୁ ବିଜେ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ କ୍ଳବ ୯୯ ର ସମସ୍ତ ସଦସ୍ୟ ସଦସ୍ୟା ସୁଚାରୁରୂପେ ସମ୍ପାଦନା କରିଥିବା ବେଳେ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କ୍ଳବ ୯୯ ତରଫରୁ ବେଲଗୁଣ୍ଠା ପୋଲିସ,ଅଗ୍ନିଶମ ବାହିନୀ, ବେଲଗୁଣ୍ଠା ଯାତ୍ରା ମହୋତ୍ସବ,କୋଳି ସାହି ଯାତ୍ରା କମିଟି କମିଟିକୁ ଉତ୍ତମ ପରିଚାଳନା ପାଇଁ ସାଧୁବାଦ୍ ଜ୍ଞାପନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ