ମା ଙ୍କ ବ୍ରହ୍ମ ଚାରିଣି ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ବୀରମହାରାଜପୁର :
ଶାରଦୀୟ ନବରାତ୍ରି ପୂଜାର ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମାଁ ଦୁର୍ଗା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ତ୍ରିବେଣୀ ଛକ ଦୁର୍ଗା ମନ୍ଦିରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନବରାତ୍ର ପୂଜା ପାଳନ କରା ଯାଉଛି । ମଙ୍ଗଳବାର ଥିଲା ଦ୍ବିତୀୟ ଦିବସ । ମାତାଙ୍କର ବ୍ରହ୍ମଚାରିଣୀ ବେଶ । ଏହି ବେଶ ଅତ୍ୟନ୍ତ ରହସ୍ୟମୟ। ମା ସ୍ବୟଂ ଭଦ୍ର ଓ ଦୃଢ଼ ଇଚ୍ଛାଶକ୍ତି ର ସ୍ୱରୂପା ।ମାତା ଗୋଟିଏ ହାତରେ ଜପାମାଳି ଓ ଅନ୍ୟ ହାତରେ କମଣ୍ଡଳୁ ଧାରଣ କରିଥାନ୍ତି । ତାଙ୍କୁ ସଠିକ୍ ଉପାସନା କରି ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ତପ ଶକ୍ତି, ତ୍ୟାଗ, ସଦାଚାର, ସଂଯତ ଓ ବୈଭବ ବୃଦ୍ଧି ହୋଇଥାଏ। ଏହି ବେଶ ଦର୍ଶନ କରିବା ପାଇଁ ଆଜି ମନ୍ଦିର ରେ ଭକ୍ତଙ୍କ ସମାଗମ ଲାଗି ରହିଥିଲା ।ପୂଜା କମିଟି ର ସଭାପତି ସନ୍ତୋଷ ମିଶ୍ର ପତ୍ନୀ ସୁନୀତା ମିଶ୍ର ଓ ଦୁର୍ଯ୍ୟୋଧନ ମେହେର ପତ୍ନୀ ସବିତା ମେହେର କର୍ତ୍ତା ରହିଥିବାବେଳେ ପୂଜକ ଭାବରେ ମନୋରଞ୍ଜନ ଦାଶ ପୂଜାକାର୍ଯ୍ୟ ସଂପାଦନ କରିଥିଲେ।କମିଟିର ସମ୍ପାଦକ ଶ୍ରୀନିବାସ ରଥ , ସଦସ୍ୟ ତ୍ରିନାଥ ସାହୁ, ଖଗେଶ୍ବର ମେହେର , ସୋମନାଥ ମିଶ୍ର , ଚମ୍ପେଶ୍ଵର ଦାଶ , ସନତ ପଣ୍ଡା , କୃତିବାସ ଦାଶ , ପ୍ରଦୀପ ସାହୁ , ରଞ୍ଜନ ନନ୍ଦ , ବୁଲୁ ଶତପଥୀ , ଆଦିତ୍ୟ ପତି ,ତପନ କୁମାର ଚାନ୍ଦ , ଶିବ ପ୍ରସାଦ ଅଗ୍ରୱାଲା ପ୍ରମୁଖଙ୍କ ସହଯୋଗ କରିଥିଲେ ।ପ୍ରତିଦିନ ସନ୍ଧ୍ୟାବେଳେ ଦିବ୍ୟ ଆଳତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାପାଇଁ ଭକ୍ତଙ୍କ ଗହଳି ଲାଗି ରହୁଛି ବୋଲି କମିଟି ସୂତ୍ରରୁ ପ୍ରକାଶ।