Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ସୁବଳୟା ପଞ୍ଚାୟତ କଲ୍ଯାଣ ମଣ୍ଡପ ରେ ଅନୁଷ୍ଠିତ

ବୀରମହାରାଜପୁର:ଆର୍ଥକ ସାକ୍ଷରତା ଓ ଆର୍ଥିକ ନୁର୍ଭୁକ୍ତିକରଣ ଶିବିର ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଆର୍ଥିକ ସଞ୍ଚୟ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗିର ପୋଷ୍ଟାଲ ସୁପରିଟେଣ୍ଟେନ୍ ଶଞ୍ଜୟ ବିଶ୍ବାଳ , ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ଶୁଭମ୍ ସୁଭାସିଷ୍ ଶତପଥୀ, ସୋନପୁର ଜିଲ୍ଲା ପାଳ କାର୍ଯ୍ୟ।ଳୟର ସହକାରୀ ଜିଲ୍ଲା ପାଳ ଜ୍ୟୋତିର୍ମୟୀ ମଲ୍ଳିକ୍, ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟ।ଳୟର ସହକାରୀ ଜିଲ୍ଲା ପାଳ ଅଜିତ କୁମାର ମିର୍ଦ୍ଧା,ପୋଷ୍ଟାଲ୍ ଇନିପ୍ପେଟ୍ଟର ପୁରୁଷୋତ୍ତମ ନାୟକ୍,ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ ମେନେଜର୍ ସତ୍ୟବ୍ରତ ପ୍ରଧାନ, ସୁବଳୟା କଲେଜର ପୂର୍ବତନ ଅଧ୍ୟକ୍ଷ ଭୋଳାନାଥ କର୍ମୀ, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ନିଜର କଷ୍ଟ ଉପାର୍ଜିତ ଧନକୁ ବିଭିନ୍ନ ଚିଟ୍ ଫଣ୍ଡ ରେ ରଖି ଟଙ୍କା ହରାଉ ଛନ୍ତି । ଏପରିକି ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷିତ ବ୍ୟକ୍ତି ମାନେ ମଧ୍ୟ ଅନେକ ସମୟରେ ଠକାମୀ ଶିକାର ହୋଇ ତାଙ୍କ ଧନ ଜୀବନ ନଷ୍ଟ ହେଉଛି। ବିଶେଷ ଭାବରେ ମହିଳା ମାନେ ସଚେତନ ହେଲେ ଏଥିରୁ ମୁକ୍ତି ପାଇପାରିବେ। ଏଣୁ ଡାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା,ଏମବିକେ । ବରିଷ୍ଠ ଆଇନଜୀବି ନନ୍ଦ କିଶୋର ମିଶ୍ର , ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମୀ ରଥ , ବହୁ ବୁଦ୍ଧିଜୀବୀ , ଡାକ ବିଭାଗର ଏଜେଣ୍ଟ, ବିଭିନ୍ନ ଗଣମାଧ୍ୟମ ରେ ପ୍ରତିନିଧି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ‌ହାୟତା କରିଥିଲେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ କାର୍ଯ୍ୟ।ଳୟର ସଞ୍ଜୟ କୁମାର ବାରିକ , ସୁକାନ୍ତ ପୁରୋହିତ , ଦୁଃଖିତ ସେଠୀ , ସିବ ପ୍ରସାଦ ଷଡ଼ଙ୍ଗୀ , ମଞ୍ଜୁଲତା ବାବୁ ପ୍ରମୁଖ ସହାୟତା କରିଥିଲେ । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।