Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ର ପ୍ରବେଶ ଉତ୍ସବ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ପ୍ରାଧ୍ୟାପକ ରମାକାନ୍ତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତଥା ଜିଲ୍ଲା ରେଡ଼କ୍ରସ ସଂଯୋଜକ ବିଶ୍ଵନାଥ ମିଶ୍ର ମୁଖ୍ୟ ଅତିଥି , ସୁବଳୟା ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ତଥା କଲେଜର ରେଡ଼କ୍ରସ ପରାମର୍ଶ ଦାତା ଟି. ରେହମାନ ମୁଖ୍ୟ ବକ୍ତା ଭାବରେ ଏବଂ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନିକାର ରେଡ଼କ୍ରସ ପରାମର୍ଶଦାତା ଧନେଶ୍ଵର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସୁବଳୟା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ତଥା ରେଡ଼କ୍ରସ ପରାମର୍ଶଦାତା ଦେବାଶିଷ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଃସ୍ଵାର୍ଥପର ଭାବରେ ସେବା ଯୋଗେଇଦେବାପାଇଁ ତଥା ଅବହେଳିତ ଲୋକଙ୍କର ସାହଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।ଏଥିରେ ସୁବଳୟା ଯୁକ୍ତ ୩ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ।ଉକ୍ତ ସଭାରେ ଅଧ୍ୟାପିକା ଅର୍ପିତା ନାୟକ ସବନମ୍ ଶ୍ରୀ ସାହୁ ଅଧ୍ୟାପକ ସଞ୍ଜୟ କୁମାର ମେଣ୍ଡିଲି , ଓମ୍ କୁମାର ପ୍ରଧାନ ଯୋଗ ଦେଇଥିଲେ। କଲେଜର କର୍ମଚାରୀ ଗୋପାଲ ଭୋଇ, ଦିଲ୍ଲୀପ କୁମାର ମେହେର, ଚନ୍ଦନ ମେହେର,ହରିହର ସାହୁ ,ଶମ୍ଭୁ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ