ସେବା ଓ ତ୍ୟାଗ ହିଁ ମଣିଷ କୁ ମହାନ କରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ବୁଧବାର ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି | ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ହିମାଂଶୁ ପାଢ଼ୀ ସଭାପତିତ୍ବ କରିଥିବା ବେଳେ, ଇଂରାଜୀ ପ୍ରଧ୍ୟାପିକା ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ NSSର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ |ଇଂରାଜୀ ପ୍ରାଧ୍ୟାପକ ବିଜୟ କୁମାର ପୁରୋହିତ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି NSS ସ୍ଵେଚ୍ଛାସେବୀ ମାନଙ୍କ କାର୍ଯ୍ୟ ଓ ଏହାର ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ଶିକ୍ଷା ବିଭାଗ ଅଧ୍ୟାପକ ଡ ଶିଶିର ବଣିଆ, ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା ସମ୍ମାନିତ ଅତିଥି ଭାବରେ ମଞ୍ଚାଷୀନ ହୋଇ ଜାତୀୟ ସେବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ | NSS ସଞ୍ଚାଳିକା ଯାମିନୀ ଦାଶ ସଭା ସଂଯୋଜନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ|ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ ସ୍ଵେଚ୍ଛାସବୀ ଉପସ୍ଥିତ ଥିଲେ | ସେବା , ତ୍ୟାଗ , ପରୋପକାର ମଣିଷକୁ ମହାନ କରିଥାଏ ବୋଲି ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ|