ବୀରମହାରାଜପୁର ଅଞ୍ଚଳରେ ମାଇନ୍ସ ବିଭାଗର ଚଢାଉ ; ବିପୁଳ ପରିମାଣର ଧଳା ପଥର ଜବତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ବୁଧୁବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୫ ଶହ ଟନ ର ଧଳାପଥର ଜବତ ହୋଇଥିବା ଖଣି ବିଭାଗ ସୂଚନା ଦେଇଛି। ତେଲିପାଲି ଅଞ୍ଚଳର ଖଣି ରୁ ପ୍ରାୟ ୯ ଶହ ଟନ, ବହଳପଦର ଅଞ୍ଚଳର ଖଣି ରୁ ପ୍ରାୟ ୧୬୦ ଟନ, ଲୁଦୁମୁଣ୍ଡା ଖଣି ରୁ ପ୍ରାୟ ୧୮୦ ଟନ ର ଧଳା ପଥର ଜବତ ହୋଇଛି। ଏହା ସହିତ ଆଗକୁ ମଧ୍ୟ ବିଭିନ୍ନ ବେଆଇନ ଖଣି ରୁ ଉତ୍ତୋଳନ କରି ଗଚ୍ଛିତ କରି ରଖା ଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳ ରେ ବେଆଇନ ଓ ବେଧଡକ ଭାବେ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ତେବେ ଅଭିଯୋଗ ଆଧାର ଖଣି ବିଭାଗ ଅଞ୍ଚଳ ରେ ଚଢାଉ କରି ବିପୁଳ ପରିମାଣର ଖଣିଜ ପଥର କୁ ଜବତ କରିଛି। ବୀରମହାରାଜପୁର ଅଞ୍ଚଳ ର ତେଲିପାଳି, ଲୁଦୁମୁଣ୍ଡା, ଅମାତପାଲି , ବହଲପଦର , ଅମରପାଲି , ଭାଲୁଡୁଙ୍ଗୁରି ସମେତ ଅନେକ ସ୍ଥାନ ରୁ ବେଆଇନ ଭାବେ ବେରୁଜ , କ୍ଵାର୍ଜ୍ , ରତ୍ନପଥର , ଧଳା ପଥର ଆଦି ଖଣିଜ ଦ୍ରବ୍ୟ ବେଧଡକ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଖଣି ବିଭାଗ ତରଫରୁ ବିଭିନ୍ନ ସମୟ ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଜବତ କରି ଫାଇନ ଆଦାୟ କରୁଥିଲେ ମଧ୍ୟ ଚୋରା ଚାଲାଣ କାରୀ ମାନେ ବେଧଡକ ଖଣିଜ ପଥର ଲୁଟ କରୁଥିଲେ l ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ରୁ ସ୍ଵତନ୍ତ୍ର ପୋଲିସ ଟିମ୍ ଙ୍କ ସହିତ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଖଣି ବିଭାଗ ର ମିଳିତ ଭାବେ ଚଢାଉ କରାଯାଉଛି। ଡି.ଡି.ଏମ ବିର କିଶୋର ତିର୍କି ଙ୍କ ନେତୃତ୍ୱ ରେ ଉକ୍ତ ଚଢାଉ କରାଯାଉଛି । ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣ ର ଧଳା ପଥର କୁ ଖଣି ରୁ ଖନନ କରି ଗଚ୍ଛିତ କରି ରଖାଯାଉଥିଲା । ଏହି ସବୁ କୁ ଜବତ କରାଯାଇଛି। ଜବତ ଧଳା ପଥର କୁ ଗୋପପାଲି ଓ ବଙ୍କିଆ ଠାରେ ଥିବା ଲାଇସେନ୍ସଧାରୀ ଙ୍କ ପାଖ ରେ ଜିମା ଦିଆଯାଇଛି l ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିବ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫ଶହ ଟନ ଧଳା ପଥର ଜବତ ହେଇଛି ବୋଲି ଡିଡିଏମ ବିର କିଶୋର ତିର୍କି ପ୍ରକାଶ କରିଛନ୍ତି।
ଚଢାଉ ସମୟରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଉପସ୍ଥିତି ଥିଲେ। ଖଣି ବିଭାଗର ଜେଏମଓ ସୌମ୍ୟା ରଞ୍ଜନ ବେହେରା , ଉମେଶ ପଟେଲ , ଶୁଭମ୍ ବିଶ୍ଵାଳ , ଦେବାଶିଷ ଦେହୁରୀ, ନରେଶ ମରାଇ, ଜ୍ୟୋତି ରଞ୍ଜନ, ଟି.ବି ବବଲି ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ l