Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧିଷ୍ଠାତ୍ରୀଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା : ଛତର ଯାତ୍ରା ଉପଲକ୍ଷେ ମାଣିକେଶ୍ଵରୀ ତୋ ନାଁ ଭଜନ ଲୋକାର୍ପିତ

ଭବାନୀପାଟଣା, ୨୭/୦୯
(ଜଗନ୍ନାଥ ନାଏକ) : ଆସନ୍ତା ୩୦ ତାରିଖ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏହି ଅବସରରେ ଶୁକ୍ରବାର କଳାହାଣ୍ଡିର ସାମ୍ବାଦିକ ମାନଙ୍କ ଦ୍ଵାରା ପ୍ରସ୍ତୁତ ଭଜନ “ମାଣିକେଶ୍ଵରୀ ତୋ ନାଁ” ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଭଜନକୁ ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା କରିଛନ୍ତି ସୁରେନ୍ଦ୍ର କୁମାର ପଣ୍ଡା ଓ କଣ୍ଠଦାନ କରିଛନ୍ତି ଲିପସା ମହାରଣା। ଏଥିରେ ଅଭିନୟ କରିଛନ୍ତି କଣ୍ଠ ଶିଳ୍ପୀ ଲିପସା ମହାରଣା, ସମିତା ମହାପାତ୍ର, ଶିବ ନାରାୟଣ ଶାସିନୀ, ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଅଜିତ ସିଂ, ବିକାଶ ଷଡ଼ଙ୍ଗୀ, ଶୁଭମ୍ ରୋହିଲା, ଚନ୍ଦ୍ରାଂଶୁ ମିଶ୍ର, ଶିବାନୀ ଦେ ଓ ଆଶାରାଣୀ ପଣ୍ଡା। ଲୋକାର୍ପିତ ସମାରୋହରେ ଅଭିନୟ କରିଥିବା ସମସ୍ତ ସାମ୍ବାଦିକ ସମେତ ଢେଙ୍କାନାଳ ଏସଡିପିଓ ସତ୍ୟ ନନ୍ଦ ସସ୍ତ୍ରିକ ଉପସ୍ଥିତ ଥିଲେ। ମା’ ମାଣିକେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମନ୍ଦିର ସମ୍ମୁଖରେ ସାଉଣ୍ଡ ବକ୍ସ ରେ ଏହି ଭଜନଟିକୁ ପରିବେଷଣ କରି ଲୋକାର୍ପିତ କରାଯାଇଥିଲା। ସାମ୍ବାଦିକ ମାନେ ସବୁବେଳେ ବିଭିନ୍ନ ଖବର ସହ ଛତର ଯାତ୍ରା ଖବର ପରିବେଷଣ କରନ୍ତି। ତେବେ ପ୍ରଥମ ଥର ସାମ୍ବାଦିକ ମାନଙ୍କ ତରଫରୁ ଛତର ଯାତ୍ରା ଉପଲକ୍ଷେ ମାଣିକେଶ୍ଵରୀଙ୍କ ଏକ ଭଜନ ଆଲବମ ପ୍ରସ୍ତୁତ କରାଯାଇ ଲୋକାର୍ପିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ