Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ରାସ୍ତା ପାଇଁ ହିନସ୍ତା। ∆ ଆଣ୍ଠିଏ ପଚ ପଚ୍ କାଦୁଅ ପାଲଟିଛି ନିତିଦିନିଆ ରାସ୍ତା। କୁଲିଆପଡା ବାସୀ ଭଲ ରାସ୍ତା ପାଇବେ କେବେ

ଭବାନୀପାଟଣା: ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ରାସ୍ତା ପାଇଁ ହିନସ୍ତା। ଆଣ୍ଠିଏ ପଚ ପଚ୍ କାଦୁଅ ପାଲଟିଛି ନିତିଦିନିଆ ରାସ୍ତା। ପାଷ୍ଟିକୁଡି ରୁ ନାଶିଗାଁ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦେଖିଲେ, ବ୍ୟବସ୍ଥା କୁ ପ୍ରଶ୍ନ ଆସେ ବର୍ଷ ବର୍ଷ ଧରି କାହିଁକି ରାସ୍ତାର ଦୁର୍ଦ୍ଦଶା… କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ପାଷ୍ଟିକୁଡି ବସ୍ତି ରୁ ଦେଖିବା ମିଳୁଛି ଏପରି ଦୃଶ୍ୟ । ସରପଞ୍ଚ ଓ ପିଇଓଙ୍କ ଅବହେଳା ମନୋବୃତ୍ତି ଯୋଗୁଁ ଗାଁ ଲୋକେ ହିନସ୍ତା। ଦେଖୁନାହାନ୍ତି ବୃଦ୍ଧ ଦୁଇଜଣ ଆସୁଥିବା ସମୟ ର ଦୃଶ୍ୟ । କେତେ ଯେ କଷ୍ଟକର । ବିଚଳିତ କରୁଛି। ଏ ଚିତ୍ର ବ୍ୟବସ୍ଥା ଆଉ ପ୍ରଶାସନକୁ ପ୍ରଶ୍ନ କରିବ। କଷ୍ଟେମଷ୍ଟେ ବାଇକ ପାର ହେଉଛି। ପ୍ରତି ପାଦରେ ପାଦ ଖସୁଛି, କାଦୁଅରେ ଗୋଡ ଭାସିଯାଉଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକର ପାଷ୍ଟିକୁଡି ପଞ୍ଚାୟତ, ପାଷ୍ଟିକୁଡି ବସ୍ତି କୁଲିଆପଡା ରୁ ନାଶିଗାଁ କୁ ସଂଯୋଗ କରୁଛି ଏହି ରାସ୍ତା। ହେଲେ ନାକତଳେ ଥିବା ପଞ୍ଚାୟତ ପ୍ରଶାସନ ହେଉ ଅବା ବ୍ଲକ ପ୍ରଶାସନ, ରାଜନେତା, ବିଧାୟକ ତଥା ଜିଲ୍ଲା ପ୍ରଶାସନ ଏମାନଙ୍କୁ ଲୋକଙ୍କ ସମସ୍ୟା ଦେଖାଯାଉନାହିଁ । ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାତାୟାତ କରିଥାନ୍ତି ଦୈନନ୍ଦିନ ଜିବିକା, ଚାଷ କାମ ଠାରୁ ଆରମ୍ଭ କରି ପାଖ ନାଶିଗାଁ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଯମ ଯନ୍ତ୍ରଣା ସହିବାକୁ ପଡେ। ହେଲେ ଏହି ରାସ୍ତା ନିର୍ମାଣପାଇଁ ପ୍ରତିବର୍ଷ ପଞ୍ଚାୟତ କର୍ତ୍ତୃପକ୍ଷ ଅନୁଦାନ ଆଣି ସୁଚନା ଫଳକ ଲଗାନ୍ତି। ହେଲେ କାମ କୁଆଡେ ଗାଏବ ହୋଇଯାଏ ଜଣାପଡେ ନାହିଁ ବୋଲିି କୁହନ୍ତି ଗ୍ରାମବାସୀ। ଏନେଇ ସରପଞ୍ଚଙ୍କୁ ଅଭିଯୋଗ କଲେ ଉତ୍ତର ମିଳେ ତୁମ ପଡ଼ାରୁ ଭୋଟ ଦେଇନ କାମ ବି ହେବ ନାହିଁ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ସମସ୍ୟାକୁ ନେଇ ପାଷ୍ଟିକୁଡ଼ି ପିଇଓଙ୍କ ପ୍ରତିକ୍ରିୟା ନେବାରୁ ବର୍ଷା ପୂର୍ବରୁ ମୁରୁମ୍ କାମ ହୋଇଥିଲା ଓ ବ୍ୟକ୍ତିଗତ ଜମି ଥିବା ହେତୁ ନରେଗା କାମ ହୋଇ ପାରିବ ନାହିଁ ଓ ସୂଚନା ଫଳକ କିଏ କରିଛନ୍ତି ଜାଣି ନାହିଁ ବୋଲି କହିଥିଲେ । କେଉଁମାନେ ବିକାଶ ରେ ବାଧକ, କାହାପାଇଁ ରାସ୍ତା କାମ ହୋଇପାରୁନାହିଁ। ଆଜି ମଧ୍ୟ ରାସ୍ତା ସମସ୍ୟା ରେ ଦୁର୍ଦ୍ଦଶା ଭୋଗୁଛନ୍ତି । ଖବର ପ୍ରସାରଣ ପରେ ପଡ଼ିବ ତ ପ୍ରଶାସନ ଓ ନେତାଙ୍କ ନଜର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ