Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଗୀଙ୍କ ଜିବନ ସହ ଖେଲୁଛି ୧୦୮ ଆମ୍ବୁଲାନ୍ସ

କଳାହାଣ୍ଡି: ରୋଗୀଙ୍କ ବିପଦ ସମୟରେ ୧଼୦୮ ଆମ୍ବୁଲାନ୍ସ କୁ ଫୋନ୍ କରି ଲୋକେ ସହାୟତା ଆଶା କରିଥାନ୍ତି। କିନ୍ତୁ ୧୦୮ ଆମ୍ବୁଲାନ୍ସ ଯଦି ଅଧା ବାଟରେ ଧୋକା ଦିଏ, ଚେବେ ରୋଗୀଙ୍କ ଅବସ୍ଥା କଣ ହେବ ତାହା ସହଜେ ଅନୁମେୟ। ଏଭଲି ଘଟଣା ଆଜି ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟ କୁ ଗୁରୁତର ରୋଗକୁ ନେଉଥିବା ୧୦୮ ଆମ୍ବୁଲାନ୍ସ ଅଧାବାଟରେ ଖରାପ ହେବା ଫଲ ରେ ରୋଗୀ ହନ୍ତସନ୍ତ ହୋଇଛନ୍ତି। କୁଚାଗାଁ ର ପୁଷ୍ପ ଲତା ଦାସଙ୍କୁ ଆଜି ସକାଲେ ଭୀଷଣ ଛାତି ଯନ୍ତ୍ରଣା ହେବା ଫଳରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବାପରେ ଭବାନୀପାଟଣା ଶହୀଦ ରେଣ୍ଡୋମାଝୀ ଭିଷେକ ମହାବିଦ୍ୟାଳୟ ମୁଖ୍ଯ ଚିକିତ୍ସାଲୟ କୁ ପଠାଇ ଥିଲେ। ହେଲେ ଗାଡିର ବ୍ରେକ୍ ପାଇପ୍ ଖଲିଆଭଟା ନିକଟରେ ଫାଟିଯିବା ଫଲ ରେ ଗାଡି ଗଡି ନ ଥିଲା। ଫଲରେ ଦୀର୍ଘ ସମୟ ଅକ୍ସିଜେନ ଲାଗିଥିବା ରୋଗୀ ଗାଡିରେ ପଡି ରହିଥିଲେ। ପରେ କୋକସରାରୁ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ଭବାନୀପାଟଣା ଶହୀଦ ରେଣ୍ଡୋମାଝୀ ଭିଷେକ ମହିଳାବିଦ୍ୟାଳୟ ମୁଖ୍ଯ ଚିକିତ୍ସାଲୟ କୁ ନେଇଥିବା ଦେଖିବାକୁ ମିଲିଛି। ରୋଗାଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ବେଲେ ଏଠାରେ ରୋଗୀଙ୍କ ଜୀବନ ସହ ଖେଲ ଖେଲୁଛି ଆମ୍ବୁଲାନ୍ସ। ଏହି ଘଟଣା ର ତଦନ୍ତ କରାଯାଉ ବୋଲି ଅନ୍ଚଲ ବାସି ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ