କଳାହାଣ୍ଡି ଜିଲ୍ଲାର ପାଷ୍ଟିକୁଡି ପଞ୍ଚାୟତ ଅବହେଳିତ, ବିକାଶ କାମରେ ନାହିଁ ପ୍ରଶାସନର ନଜର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପାଷ୍ଟିକୁଡି ପଞ୍ଚାୟତରେ ବିକାଶ କାମ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସରକାର କିମ୍ବା ପ୍ରଶାସନର କୌଣସି ଧ୍ୟାନ ଏହି ଅଞ୍ଚଳରେ ପଡ଼ୁନାହିଁ। କଲେକ୍ଟର୍ ଏବଂ ବିଡିଓଙ୍କ ନଜର ସମ୍ପୂର୍ଣ୍ଣ ଭାବରେ ପାଷ୍ଟିକୁଡି ଉପରେ ନଜର ଅନ୍ଦାଜ ହୋଇଛି । ଗାଁରେ ପଞ୍ଚାୟତ ଗେଟ୍ ପର୍ଯ୍ୟନ୍ତ ନାହିଁ, ବୋଧେ ଗେଟ୍ ନିର୍ମାଣ ପାଇଁ ବିଡିଓ କୌଣସି ପାଇସା ଦେଇନାହାନ୍ତି। ଏଥିପାଇଁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଷ୍ଟିକୁଡି ବସ୍ତିର ଲୋକମାନେ ଆଜିବି କାଦୁଅ ରାସ୍ତାରେ ଚାଲିବାକୁ ବାଧ୍ୟହେଉ ଛନ୍ତି,ସ୍ଥାନୀୟ GP-PEOଙ୍କୁ ‘ଉରୁମ ମେଟାଲ’ ପକାଇବା ପାଇଁ ଅନେକଥର କହିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ଗ୍ରାମବାସୀମାନଙ୍କ ମତାନୁସାରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମ୍ଭବତଃ କଲେକ୍ଟର୍ଙ୍କୁ ପାଷ୍ଟିକୁଡିର ବିକାଶ କାମକୁ ନେଇ ମନା କରିଦେଇଛନ୍ତି। ଏହି ଅଭିଯୋଗରେ ଗ୍ରାମରେ ଅସନ୍ତୋଷର ସ୍ଥିତି ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକମାନଙ୍କ ଦାବି, “ପାଷ୍ଟିକୁଡିର ରାସ୍ତା, ଗେଟ୍, ଆବଶ୍ୟକ ସୁବିଧା ସହିତ ସମସ୍ତ ବିକାଶମୂଳକ କାମକୁ ଶୀଘ୍ର କାର୍ଯ୍ୟକରିତ କରିବା ଉଚିତ୍। ପ୍ରଶାସନ ନଜର ଦେଇନଥିଲେ, ଆମେ ବିକଳ୍ପ ଆନ୍ଦୋଳନରେ ଯିବାକୁ ବାଧ୍ୟ ହେବୁ।”