Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ବାଣ ଗୋଦାମ ରେ ଚଢ଼ାଉ, ବିପୁଳ ପରିମାଣରେ ବାଣ ଜବତ

ଭବାନୀପାଟଣା : କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶଲ୍ କ୍ୱାଡ ଜୟପାଟଣା ଥାନା ଜୟପାଟଣା ର ବଜରଙ୍ଗ ଅଗ୍ରୱାଲ୍ ଘରେ ଆଜି ଚଢ଼ାଉ କରିଥିବା ବେଳେ ବେଆଇନ ଭାବେ ରଖିଥିବା ବିପୁଳ ପରିମାଣର ବାଣ ଠାବ କରିଛି। କିଛି ଦିନ ପୂର୍ବେ ବୌଦ୍ଧ ରେ ବାଣ ବିସ୍ଫୋରଣ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ଲୋକ ଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବର୍ତମାନ କଳାହାଣ୍ଡିରେ ଅନେକ ସ୍ଥାନରେ ଚଡାଉ ଜାରି ରହିଥିବା ବେଳେ ଜୟପାଟଣା ର ବଜରଙ୍ଗ ଅଗ୍ରୱାଲ ଘରେ ବିପୁଳ ପରିମାଣ ବାଣ ଜବତ କରା ଯାଇଛି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବେଆଇନ ବାଣ ବିକ୍ରି ଗୋଦାମ ଉପରେ ଚଢ଼ାଉ ଜାରି ରହିଛି। ବର୍ତ୍ତମାନ କେଉଁଠି ରୁ ଏସବୁ ବାଣ ଆସିଥିଲା ଓ କେତେ କାଗଜପତ୍ର ରହିଛି ତାହାର ତଦନ୍ତ ଚାଲିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ