Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବୀରମହାରାଜପୁର ଖଣ୍ଡ ର ବିଜୟl ଦଶମୀ ଉତ୍ସବ ପାଳନ ଓ ପଥ ସଂଚଳନ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବୀରମହାରାଜପୁର ଖଣ୍ଡର ବିଜୟା ଦଶମୀ ଉତ୍ସବ ଓ ପଥ ସଂଚଳନ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ସ୍ବୟଂ ସେବକ ମାନେ ସ୍ଥାନୀୟ ଟାଙ୍ଗରସାହି ହନୁମାନ ଛକରୁ ସଂଚଳନରେ ବାହାରି ଚମ୍ପାପୁର ଦେଇ ଅନ୍ନପୂର୍ଣ୍ଣା ରେସିଡେନ୍ସି ପର୍ଯ୍ୟନ୍ତ ଆସିଥିଲେ ଏବଂ ସେଇଠି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ନରେନ୍ଦ୍ର ବଘାର, ମୁଖ୍ୟ ବକ୍ତା ସହପ୍ରାନ୍ତ ସଂପର୍କ ପ୍ରମୁଖ, ଓଡ଼ିଆ ପଶ୍ଚିମ ସରୋଜ ଦାଶ, ସୁବର୍ଣ୍ଣପୁର ଜିଲ୍ଲା ସଂଘ ଚାଳକ ଡକ୍ଟର ଦିଲ୍ଲିପ ତ୍ରିପାଠୀ, ବୀରମହାରାଜପୁର ଖଣ୍ଡ କାର୍ଯ୍ୟବାହ ବିଭୂତି ଭୂଷଣ କୁଂଦେଇ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ବୟଂସେବକ ମାନଙ୍କ ଦ୍ବାରା ବିଜୟା ଦଶମୀ ପାଳନ ଅବସରରେ ଯେ।ଗାସନ ଓ ନିୟୁଧ (ଶାରିରୀକ କୌଶଳ) ପ୍ରଦର୍ଶନ ହୋଇଥିଲା । ଖଣ୍ଡ ପ୍ରଚାର ପ୍ରମୁଖ ଡକ୍ଟର ଯୁଧିଷ୍ଠିର ଖମାରୀ ଅମୃତ ବଚନ ଓ ରାଜେଶ ବାରିକ ବ୍ୟକ୍ତିଗତ ଗୀତ ଆବୃତ୍ତି କରିଥିଲେ । ସଂଘର ଉତ୍ପତ୍ତି ବିଭିନ୍ନ ଘାତ ପ୍ରତି ଘାତରେ ୧୦୦ବର୍ଷରେ ପ୍ରଦାର୍ପଣ, ସଂଘର ବିବିଧ କ୍ଷେତ୍ର, ପର୍ଯ୍ୟାବରଣ, ଗୋଧନ, ଦେଶୀ ଗାଈର ମହତ୍ବ, ପଞ୍ଚ ପରିବର୍ତ୍ତନ ( କୁଟୁମ୍ବ, ପ୍ରବେଧନ, ପର୍ଯ୍ୟାବରଣ, ସାମାଜିକ ସମରସତା, ସ୍ବଦେଶୀ, ନାଗରିକ କର୍ତ୍ତବ୍ୟ ) ବିଷୟରେ ବିଷଦ ବିନ୍ଦୁ ରଖିଥିଲେ ମୁଖ୍ୟ ବକ୍ତା । ଏଇ ସମୟ ରେ ଆମ ପାଇଁ ଆହ୍ୱାନ, ଚରିତ୍ର ନିର୍ମାଣ, ଶିକ୍ଷା ବ୍ୟବସ୍ଥା ଓ ନିତ୍ୟ ଶାଖାର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ରୁ ଉକ୍ତ ଉତ୍ସବରେ ୨୦୦ ରୁ ଅଧିକ ଜଣ ସ୍ବୟଂସେବକ, ସହପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ, ସେ।ନପୁର ସହଜିଲ୍ଲା କାର୍ଯ୍ୟବାହ ହୣଷିକେଶ ଭୋଇ, ଜିଲ୍ଲା କାର୍ଯ୍ୟବାହ ଧର୍ମେନ୍ଦ୍ର ବଡମାଲି, ସଜ୍ଜନ ଶକ୍ତି, ବୁଦ୍ଧିଜୀବୀ ତଥା ବୀରମହାରାଜପୁର ଅନ୍ୟାନ୍ୟ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାଏକ, ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମୀ ରଂଜନ ମିଶ୍ର, ଜିଲ୍ଲା ସହ ପ୍ରଚାର ପ୍ରମୁଖ ରାଜେଶ ସିଂ,ଖଣ୍ଡ ବ୍ୟବସ୍ଥା ପ୍ରମୁଖ ସୁରେଶ ସାହୁ, ରାମଚନ୍ଦ୍ର ମେହେର, ଦୁର୍ଯ୍ୟୋଧନ ମେହେର, ଧର୍ମ ନିରଞ୍ଜନ ପଣ୍ଡା, ହୃଷିକେଶ ଦେହୁରୀ,ଫକୀର ସାହୁ,ଜିଲ୍ଲା ଘୋଷ୍ ପ୍ରମୁଖ ଦିଲ୍ଲୀପ ମେହେର ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇ ଥିଲେ। କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ଚନ୍ଦ୍ର ବଡମାଲି ମୁଖ୍ୟ ଶିକ୍ଷକ, ଡକ୍ଟର ଦ୍ବିତୀକୣଷ୍ଣ ପଣ୍ଡା ପ୍ରାର୍ଥନା ପ୍ରମୁଖ ଓ ପ୍ରତ୍ୟୁଷ ପଣ୍ଡା ବୌଦ୍ଧିକ ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ