Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ

ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଆସନ ରହିଛି । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡା ଆସନ ଖାଲି ପଡିଛି । ଅକ୍ଟୋବର ୬ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ  ଘୋଷଣା ହେବ । କିନ୍ତୁ ତା’ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ସପକ୍ଷରେ ମତଦାନ ପାଇଁ ଦାବି କରିଛନ୍ତି 

ତେବେ ଉପ ନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ୩୨୦ ଜଣ IAS, ୬୦ ଜଣ IPS ଏବଂ ୯୦ ଜଣ IRS/IRAS/ICAS ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀ ନିୟୋଜିତ ରହିବେ ।

ଉକ୍ତ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ତତ୍ତ୍ବାବଧାନ, ନିୟନ୍ତ୍ରଣ ଓ ଶୃଙ୍ଖଳା ଅଧୀନରେ କାର୍ଯ୍ୟ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ