Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବିଡିଓ ଙ୍କୁ ମାଡ : ଥାନାରେ ମାମଲା ରୁଜୁ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ୍ ର ବିଡିଓ ଙ୍କ ସରକାରୀ ବାସଭବନ ଘରକୁ ୬ ରୁ ୭ ଜଣ ଅଜଣା ଦୁର୍ବୃତ ଯୁବକ ବିଡିଓ ଙ୍କ ବାସଭବନ ଗେଟ୍ ର କବାଟ କୁ ବାଡାଇ ଥିଲେ, ଫଳରେ ବିଡିଓ ବାହାରକୁ ବାହାରିବାରୁ ଅତର୍କିତ ଭାବେ ଯୁବକମାନେ କିଛି କଥା ବାର୍ତ୍ତା ନକରି ବିଡିଓ ଚିନ୍ମୟ ମହାନନ୍ଦ ଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିଥିଲେ ଓ ଯୁବକ ମାନେ ବିଡ଼ିଓ ଙ୍କ ୨ଗୋଟି ମୋବାଇଲ୍ ଓ ପିନ୍ଧିଥିବା ସୁନା ଚେନ କୁ ନେଇ ଫେରାର ହୋଇଯାଇଥିଲେ l ଫଳରେ ଶ୍ରୀ ମହାନନ୍ଦ ରାତ୍ରୀ ପ୍ରାୟ ୧୦ଘଣ୍ଟା ସମୟରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଗ୍ରହଣ କରି ଦାୟୀତ୍ଵ ରେ ଥିବା ଥାନା ଅଧିକାରୀ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ଉପଖଣ୍ଡ ଥାନା ଅଧିକାରୀ ହେମନ୍ତ ରାଓ ପହଂଚି ଅନୁସନ୍ଧାନ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଧରାଯିବ ବୋଲି ପ୍ରକାଶ କରିଛନ୍ତି l ମାତ୍ର ଏହି ଅଜଣା ଯୁବକ କିଏ ଓ କାହିଁକି ବିଡିଓ ଙ୍କୁ ଏଭଳି ଅତର୍କିତ ଭାବେ ବାସଭବନକୁ ଆସି ଅଭଳି ନିସ୍ତୁକ ମାଡ଼ କରିଥିଲେ ତାହା ଜଣା ପଡିନାହିଁ l ଜନସାଧାରଣ ଚର୍ଚ୍ଚା କରୁଛନ୍ତି କି ବିଜେପି ସରକାର ଆସିବା ଦିନଠୁ ଦୌରାତ୍ମକ ବୃଦ୍ଧି ପାଇବାରେ ଲାଗିଛି ଯଦି ବଡିଓ ସୁରକ୍ଷିତ ନାହାନ୍ତି ସାଧାରଣ ଲୋକଙ୍କୁ କିଏ ପଚାରେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ