ବଷିଷ୍ଟ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ତିନୋଟି ମ୍ୟାଚ୍ ହୋଇଥିଲା । ଏଥିରେ ଗୁଦଗୁଦା କୁ ହରାଇ ଘିଚାପାଲି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ଟି ଘିଚାପାଲି ଓ ଘଣ୍ଟପାଲି ମଧ୍ୟରେ ହୋଇଥିଲା । ଏଥିରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୬୬ ରନ କରିଥିଲା । ଜବାବରେ ଘିଚାପାଲି ଦଳ ଆବଶ୍ୟକୀୟ ୬୭ ରନ କୁ ୫ ଓଭର ରେ ଗୋଟିଏ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ଟି ଜନକପୁର ଓ ଗୁଦଗୁଦା ମଧ୍ୟରେ ହୋଇଥିଲା । ଏଥିରେ ଗୁଦଗୁଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୧୩ ରନ କରିଥିଲା । ଜବାବରେ ଜନକପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୮୪ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଘିଚାପାଲି ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଗୁଦଗୁଦା ମଧ୍ୟରେ ହୋଇଥିଲା। ଏଥିରେ ଗୁଦଗୁଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୪୫ ରନ କରିଥିବା ବେଳେ ଘିଚାପାଲି ଦଳ ଆବଶ୍ୟକୀୟ ୪୬ ରନ କୁ ୪ ଓଭର ରେ ଗୋଟିଏ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଗୁଡିକରେ ସୁରେଶ ବିଶି , ସୁନୀଲ ପ୍ରଧାନ , ଟୁଟୁ ମହାକୁର ଓ ଆଶିଷ ମେହେର ଆମ୍ପାୟାର , ଲଳିତ ପ୍ରଧାନ ସ୍କୋରିଙ୍ଗ ଏବଂ କାହ୍ନା ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ ।