Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବି ଜେ ଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ସ୍ଥାନୀୟ ମୈତ୍ରୀ ସଦନ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରିଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାକୁ ଯୁବ ବିଜେଡି ନାରାୟଣ ଲୁହା ସଭା ପରିଚାଳନା କରିଥିଲେ l ଉକ୍ତ ସଭାରେ ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡl , ସଂଜୀବ କୁମାର ଦେହୁରୀ, ପ୍ରଦୀପ କୁମାର ମିଶ୍ର , ସୁରୁ ନାରାୟଣ ମହାକୁର , ଭଗବାନ କର୍ଣ୍ଣ , ପ୍ରମୁଖ ମହାତ୍ମା ଗାନ୍ଧୀ ଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପର୍ଶୁରାମ ଦେହୁରୀ , ଶୈଳ ରଞ୍ଜନ ବାଦୀ, ମଙ୍ଗଳ ପଧାନ , ବିମ୍ବାଧର ପଧାନ , କୃଷ୍ଣ ଚନ୍ଦ୍ର ମେହେର , ଚିନ୍ତାମଣି ମେହେର , ପୃଥ୍ୱୀରାଜ ମହାକୁର ପ୍ରମୁଖ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ