Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଳପୁର ରେ ଦଶହରା , ବାଡିଯାତ୍ରା ପର୍ବ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଂଚାୟତ ବିକଳପୁର ଗ୍ରାମ ରେ ମାଁ ମାହେଶ୍ୱରୀ ଙ୍କ ସ୍ନାନ ଯାତ୍ରା ଉପଲକ୍ଷେ କମିରା ପଞ୍ଚାୟତ ଅନ୍ତର୍ଗତ ବିକଲପୁର ଠାରେ ଗ୍ରାମବାସୀ ଙ୍କ ସହଯୋଗ ରେ ଏକ ସାମାଜିକ ନାଟକ (ଆଖିର ଜନମ କାନ୍ଦିବା ପାଇଁ) ପ୍ରଦର୍ଶିତ ହୋଇ ଯାଇଅଛି। ପ୍ରଥମେ ନାଟ୍ୟ ସାଂସଦ ସଭାପତି ଅନାଦି ବଗର୍ତ୍ତି ଙ୍କ ସଭାପତିତ୍ବ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତହୋଇଥିଲା। ଏଥିରେ ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ହିସାବ ରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଯାତ୍ରା ର ଶୁଭାରମ୍ଭ କରିଥିଲେ।ସମ୍ମାନୀତ ଅତିଥି ହିସାବ ରେ କମିରା ସରପଞ୍ଚ ଶ୍ରୀମତୀ ଅନୁଷୟା ପଧାନ,ସୁବଳୟା ଥାନାଧିକାରୀ ସୁଶାନ୍ତ ପ୍ରଧାନ,କର୍ଣ୍ଣରାଜ ପଧାନ, ମହେନ୍ଦ୍ର ମହାଲିଙ୍ଗ,ନାଟ୍ୟଗୁରୁ ରଣଜିତ୍ ମିଶ୍ର, ସମାଜ ସେବୀ ସପନ ପଧାନ, ବ୍ରହ୍ମାନନ୍ଦ ବଗର୍ତ୍ତି,ରାମ୍ ପ୍ରସାଦ କର୍ଣ୍ଣ, ଲଳିତ କର୍ଣ୍ଣ,ସଂଜୀବ ପଧାନ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ କବି ନିଶାନ୍ତ ପ୍ରଧାନ, ପ୍ରମୁଖ ଅତିଥି ହିସାବରେ ଯୋଗଦାନ କରି ଆୟୋଜକ କମିଟି ର ସଦସ୍ୟ ଙ୍କୁ ଉତ୍ସାହିତ କରିଥିଲେ।ସାମାଜିକ ନାଟକ ରେ ଅଭିନୟ କରିଥିବା କଳାକାର ମାନେ ହେଲେ କୁଳମଣି ମେଣ୍ଡିଲୀ, ଶ୍ରୀନିବାସ ପ୍ରଧାନ,ସର୍ଜନ ପାତ୍ର, ଅଖିଳ କର୍ଣ୍ଣ, ଶ୍ରୀକାନ୍ତ ମେହେର, ନିରଞ୍ଜନ ମେହେର, ରଞ୍ଜନ କର୍ଣ୍ଣ, ଅଶୋକ ସେଠୀ , କମଲ ପ୍ରଧାନ , ନୀଳମାଧବ କର୍ଣ୍ଣ , ଯନ୍ତ୍ର ବଘାର୍ , ନୃସିଂହ କର୍ଣ୍ଣ , ଗରୁଡ଼ କର୍ଣ୍ଣ , ଦେବ କର୍ଣ୍ଣ , ଚିନ୍ମୟ ଦେହୁରୀ ପ୍ରମୁଖ ବିଭିନ୍ନ ଭୂମିକା ରେ ଅଭିନୟ କରିଥିଲେ। ସଙ୍କୀର୍ତ୍ତନ ସାହୁ ଏବଂ ଦେବେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ବିଭୀଷଣ ଭୋଇ, ସୁଦର୍ଶନ ଭୋଇ , ପରୀକ୍ଷିତ କର୍ଣ୍ଣ , ନବଘନ ପ୍ରଧାନ, ଅଶ୍ଵିନୀ ଭୋଇ , ସୁବ୍ରତ ମେଣ୍ଡିଲି ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ