Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ଦ୍ୱାରା ଦକ୍ଷତା ପ୍ରୟୋଗଶାଳା ଉଦଘାଟିତ

ଝାରସୁଗୁଡା:ଝାରସୁଗୁଡ଼ା ଜିଲ୍ଲା କିରମିରା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ରେ ଦକ୍ଷତା ପ୍ରୟୋଗ ଶାଳାକୁ ଉଦଘାଟନ କରିଛନ୍ତି ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । କୃଷି ଏବଂ ଅଟୋମୋଟିଭ୍ ବାଣିଜ୍ୟ ଉପରେ ପର୍ଯ୍ୟବେସିତ ଦକ୍ଷତା ପ୍ରୟୋଗ ଶାଳାକୁ ଉଦଘାଟନ କରା ଯାଇଛି । ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ଭର୍ଚୁଆଲ୍ ସମ୍ମିଳନୀ ମାଧ୍ୟମରେ ୨୦୦ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଦକ୍ଷତା ପ୍ରୟୋଗ ଶାଳାର ଶୁଭାରମ୍ଭ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ଜନଜାତି ଛାତ୍ର ସମାଜ ବିଭାଗ (NESTS) ଡେପୁଟି କମିଶନର ଶ୍ରୀମତୀ କୁମୁଦ ଖୁସୱା, ପରାମର୍ଶଦାତା ଟି.ଭି.ଏସ.ପ୍ରକାଶ ରାଓ, ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ଵାଣ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜନଜାତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ EMRS ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦକ୍ଷତା ପ୍ରୟୋଗ ଶାଳା ସ୍ଥାପନ ପାଇଁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ, ଯାହା ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ ଏବଂ ବୃତ୍ତିଗତ ଦକ୍ଷତା ହାସଲ କରିବାକୁ ସକ୍ଷମ କରି ପାରିବ । ଏଥିସହ କେନ୍ଦ୍ର ମନ୍ତ୍ରୀ ଶିକ୍ଷା, କ୍ରୀଡ଼ା ଏବଂ ସଂସ୍କୃତିରେ EMRS ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରିବା ସହ ସେମାନଙ୍କୁ “ବଡ଼ ସ୍ୱପ୍ନ ଦେଖିବା ଏବଂ ଉଚ୍ଚ ଲକ୍ଷ୍ୟ ରଖିବା” ପାଇଁ ଆହ୍ବାନ ଦେଇଥିଲେ । ଏଥିସହ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ସହିତ ମଧ୍ୟ ଶୈକ୍ଷିକ ବିଷୟରେ ଆଲୋଚନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ