କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ିକୁ ଜାଳି ଦେଲେ ଦୁର୍ବୁତ୍ତ

ଝାରସୁଗୁଡ଼ା:ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଲୋଇସିଙ୍ଗ ଗାଁରେ ଏକ କ୍ୟାମ୍ପ ସମ୍ମୁଖରେ ରଖିଥିବା ଏକ ଗାଡ଼ିରେ ନିଆଁ ଲଗାଇ ଦୁର୍ବୁତ୍ତ ମାନେ ଜାଳି ଦେଇଛନ୍ତି ।
ସୂଚନା ଅନୁସାରେ ଲୋଇସିଙ୍ଗ ଗ୍ରାମର ସୁମିତ ପଟେଲ ଗାଁ ନିକଟରେ ଥିବା ଏକ କ୍ୟାମ୍ପ ସମ୍ମୁଖରେ ତାଙ୍କ ଏଚଆର ୨୬ ସିଡବ୍ଲୁ ୩୧୬୩ ନମ୍ବର ବିଶିଷ୍ଟ ଏକ୍ସୁବି ଗାଡ଼ି କୁ ପ୍ରତିଦିନ ଭଳି କ୍ୟାମ୍ପ ସମ୍ମୁଖରେ ରଖିଥିଲେ । କିନ୍ତୁ ଗତ କାଲି ରାତିରେ ଦୁବୃର୍ତ୍ତ ମାନେ ଉକ୍ତ ଗାଡ଼ି ରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏ ନେଇ ଗାଡ଼ି ମାଲିକ ସୁମିତ ଗାନ୍ଧୀଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ସୁମିତ ଙ୍କ ଅଭିଯୋଗ କୁ ଭିତ୍ତି କରି ଗାନ୍ଧୀଛକ ଫାଣ୍ଡି ଅଧିକାରୀ ମଦନ ମୋହନ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।