Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲ ଅଫିସ ଘେରାଉ କଲେ କୁଡ଼ାପଡା ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କୁଡlପଦା ଗ୍ରାମ ଖେଳ ପଡ଼ିଆ ନିକଟରେ ଥିବା ଗୋଚର ଜମି ଓ ସରକାରୀ ଜମିକୁ କିଛି ଲୋକ ଦିନକୁ ଦିନ ଯୋର ଜବରଦସ୍ତ ଜବର ଦଖଲ କରି ଆସୁଥିବାରୁ ଉଚ୍ଛେଦ କରିବାର ପ୍ରତିବାଦ କରି ଆଜି କୁଡ଼ପଡା ଗ୍ରାମର ଶତାଧିକ ଲୋକ ଓ ମହିଳା ବୀରମହାରାଜପୁର ତହସିଲ ଅଫିସ ଘେରାଉ କରିଥିବା ଦେଖାଦେଇଛି l ସୋମବାର ଦିନ ପ୍ରାୟ ୧୨ଘଣ୍ଟା ସମୟରେ ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ଲୋକ ଆସି ଏଥିରେ ସାମିଲ ଥିଲେ I ଗ୍ରାମରେ ଥିବା ଗୋଚର୍, ଖେଳ ପଡ଼ିଆ ଓ ସରକାରୀ ଜମିକୁ ଦିନକୁ ଦିନ କିଛି ଲୋକେ ଜବର ଦଖଲ କରିଆସୁଥିବାରୁ ଗୋଚର ଜମି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି, ଫଳରେ ଗାଈ ଗୋରୁ ଖାଦ୍ୟ ଖାଇବା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଜବର ଦଖଲ କାରୀ ଙ୍କୁ ୭ଦିନ ଭିତରେ ଉଚ୍ଛେଦ ନ କଲେ ଆଗମୀ ଦିନରେ ତହସିଲ ଅଫିସ ଘେରାଉ ସହ ରାସ୍ତା ରୋକ୍ କରିବାକୁ ଜିଦ୍ ଧରିଥିଲେ l ଲିଖିତ ଦାବୀ ପତ୍ର ତହସିଲଦାର ଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଙ୍କୁ ଦେଇଥିଲେ l ଫଳରେ ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା ଆନ୍ଦୋଳନ କାରିଙ୍କୁ ଜବର୍ ଦଖଲ କlରୀଙ୍କୁ ସରକାରୀ ନିୟମ ଅନୁସାରେ ଉଚ୍ଛେଦ କରିବା ସହ ଆମ ପାଖରେ ଫଣ୍ଡ ଅଛି , ବିଡ଼ିଓ ଙ୍କୁ କହି ଗୋଚର ଜମିକୁ ସଂରକ୍ଷିତ ରଖିବା ପାଇଁ ଚାରିପଟେ ତାର ଜାଲି ଦେବlର୍ ବ୍ୟବସ୍ତା କରିବା କୁ କହିବା ପରେ ଆନ୍ଦୋଳନ କlରିମlନେ ଘେରାଉ ରୁ ଓହରି ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ