ଝାରସୁଗୁଡ଼ା ପୌର ପରିଷଦ କାଉନସିଲ ବୈଠକ”ପରିମଳ ଅବ୍ୟବସ୍ଥାକୁ ନେଇ କାଉନସିଲଙ୍କ ଅସନ୍ତୋଷ”

ଝାରସୁଗୁଡ଼ା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ପୌର ପରିଷଦ ସଭା ଗୃହରେ ୧୫ ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି l ପୌରାଧ୍ୟକ୍ଷା ରାନୀ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଉନ୍ନତି ମୂଳକ ବିଷୟ ଉପରେ ଆଲୋଚନା ହୋଇଥିଲା l ବୈଠକରେ ବିଭିନ୍ନ ୱାର୍ଡର ସଦସ୍ୟ ମାନେ ଉପସ୍ଥିତ ରହି ଗଠନ ମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ l ୧୪ ରୁ ୮ ଟି ଏଲସିଭି ଗାଡ଼ି ଅଚଳ ହୋଇ ପଡ଼ିଥିବା ବେଳେ ଚାର୍ଜର ଅଭାବରୁ ସମସ୍ତ ୧୪ ଟି ବିଓଭି ଗାଡ଼ି ଅଚଳ ହୋଇ ପଡ଼ିଥିବା ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି l ଘରକୁ ଘର ଯାଇ ଅଳିଆ ସଂଗ୍ରହ ପାଇଁ ୧୦ ଟି ବିଓଭି ଗାଡ଼ି ଓ ୧୦ ଟି ଏଲସିଭି ଗାଡ଼ି ଭଡ଼ା ସୂତ୍ରରେ ନିୟୋଜିତ କରିବା ପାଇଁ ଗତ ଅଗଷ୍ଟ ୮ ତାରିଖରେ ହୋଇଥିବା ୧୪ ତମ କାଉନସିଲ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା l ହେଲେ ଏନେଇ ଜିଲ୍ଲା ପ୍ରଶାସନର ଅନୁମତି ନ ମିଳିବାରୁ ଏ ପର୍ଯ୍ୟନ୍ତ ଟେଣ୍ଡର ହୋଇ ପାରିନଥିବା ଯୋଗୁଁ ସମସ୍ତ କାଉନସିଲର ଉଦବେଗ ପ୍ରକାଶ କରିଥିଲେ l ଆଜିର ବୈଠକରେ ଉପ ନଗରପାଳ ବେଣୁ ଗୋପାଳ ପାଣିଗ୍ରାହୀ, ବିଭିନ୍ନ ୱାର୍ଡ ର କାଉନସିଲ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଆଇଏଏସ ପ୍ରବେଶନର ପ୍ରଜ୍ଞାନନ୍ଦନ ଗିରି, ମୁଖ୍ୟ ଯନ୍ତ୍ରୀ ସିମାଞ୍ଚଳ ଦାସ, କନିଷ୍ଠ କିରାଣୀ ସୁବ୍ରତ ସରାଫ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l