ତାମିଲନାଡୁର କରୁରରେ ଅଘଟଣ: ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ

(ନୂଆଦିଲ୍ଲୀ): ଅକ୍ଟୋବର୧୩ ସୋମବାର ଦିନ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.କେ ମାହେଶ୍ୱରୀ,ଏନ୍ ଭି ଅଂଜରୀଆ ଏବଂ ଅନ୍ୟ ତିନିଜଣ ସଦସ୍ୟଙ୍କୁ ନେଇ ଗଠନ ହୋଇଥିବା ଖଣ୍ଡପୀଠରେ କରୁର୍ ଦଳାଚକଟାକୁ ଘଟଣାକୁ ନେଇ ଆଲୋଚନା ପରେ ସୁପ୍ରିମକୋର୍ଟ କେସ୍ ସିବିଆଇକୁ ହସ୍ତାନ୍ତର କରିଛି| ତାମିଲନାଡୁରେ ସେପ୍ଟେମ୍ବର ୨୬ରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟାରେ୪୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ୬୦ରୁ ଅଧିକ ଗଭୀର ଭାବେ ଆହତ ହୋଇଥିଲେ| ସରକାରୀ ସୂଚନା ଅନୁସାରେ ୩୦,୦୦୦ ସଂଖ୍ୟାରେ ଲୋକଙ୍କର ସମାଗମ ହୋଇଥିଲା ଯେଉଁଠିକି ୧୦,୦୦୦ ଲୋକଙ୍କର ସମାଗମ ହେଲା ଭଳି ସୁବିଧା ରହିଥିଲା| ସଠିକ୍ ସୁରକ୍ଷା ବ୍ୟବସ୍ଥାର ଅଭାବ,ଏବଂ ଖାଦ୍ୟ ପାନୀୟର ଠିକ ଭାବେ ସୁବିଧା ହୋଇ ନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ସଦାହରଣ ଲୋକ ଉତ୍କ୍ଷିପ୍ତ ହୋଇ ଉଠିଥିଲେ | ସୂଚନା ଅନୁସାରେ ସେଦିନ ବିଜୟ ଚନ୍ଦ୍ରଶେଖର ସଭାରେ ପହଁଚିଲା ପର୍ଯ୍ୟନ୍ତ ଅସନ୍ତୋଷ ଜାରି ରହିଥିଲା ଲୋକମାନେ ପରସ୍ପର ମଧ୍ୟରେ ଝଗଡା ସୃଷ୍ଟି କରିଥିଲେ|| ଘଟଣା ସ୍ଥଳରେ ହୋଇଥିବା ଦୁର୍ଘଟଣାରେ ବିଜୟ ଦୁଃଖ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ପାଇଁ 20 ଲକ୍ଷର କ୍ଷତି ପୁରଣର ରାଶି ଘୋଷଣା କରିଥିଲେ| ଟି.ଭି.କେର ମୁଖ୍ୟ ଏହି ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଅକ୍ଟୋବର୭ରେ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ ଏବଂ କରୁର୍ ଆସିଲେ ତାଙ୍କୁ ଦେଖା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି|