ଅମର ପାଲି ୟୁ ପି ସ୍କୁଲ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ମୁଖ୍ୟ ଅତିଥି ଏବଂ ବହଳପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦେବକାନ୍ତ ପ୍ରଧାନ, ଗୌଡଗାଡ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ରାମ ନାରାୟଣ ହୋତା, ହାତିଲିମୁଣ୍ଡା ସ୍କୁଲ ପ୍ରଧାନ ଶିକ୍ଷକ ଭାରତ ପ୍ରଧାନ , ସ୍ଥାନୀୟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପଦ୍ମନାଭ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସିଆରସିସି କମ୍ଭୁଧର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଅବସର ରେ କ୍ଳଷ୍ଟର ର ୧୧ ଟି ସ୍କୁଲ ରୁ ପ୍ରାୟ ୧୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜୁନିଅର, ସିନିଅର ଓ ସବ ଜୁନିଅର ବର୍ଗରେ ବିତର୍କ,ପ୍ରବନ୍ଧ ଲିଖନ, ଚିତଙ୍କନ, କୁଇଜ,ସୃଜନ ଲିଖନ, ବକୃତା, ହସ୍ତାକ୍ଷର, ଶୃତଳିଖନ, ସଙ୍ଗୀତ ,ନୃତ୍ୟ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି ରେ ଅଂଶ ଗ୍ରହଣ କରିବା ଚୟନ କରାଯାଇଥିଲା । ଶିକ୍ଷକ ତାପକିରଣ ସାହୁ, ଶୁଭାଶିଷ ମିଶ୍ର , ମାଧବ ମହାକୁର, ଗୌତମ ବାରିକ,ରଜତ ପ୍ରଧାନ, ପ୍ରଦୀପ ଜଗଦଲା,ରମେଶ ପ୍ରଧାନ, ମଧୁ ମେହେର, ବେଲାରସେନା ଭୋଇ, ପ୍ରଦୀପ ଜଗଦଲା ଙ୍କ ସମେତ ଅନ୍ୟ ସ୍କୁଲ ରୁ ଆସିଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ବିଚାରକ ଭାବେ ସମସ୍ତ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଅମରପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, କମିରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ, ସିଆରସିସି କମ୍ଭୁ ଧର ପ୍ରଧାନ, ବହଳପଦର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରାଣବନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସୁଭାଶିଷ ମିଶ୍ର ପୁରସ୍କାର ବିତରଣି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା ରେ କ୍ଲଷ୍ଟର ର ସମସ୍ତ ସ୍କୁଲରୁ ଆସିଥିବା ଶିକ୍ଷକମାନେ ସହଯୋଗ କରିଥିଲେ।