ବିଶ୍ୱ ଦରବାରରେ ଅପଦସ୍ତ ପାକିସ୍ତାନ ; ଆମେରିକାର ଭାରତକୁ ପ୍ରଶଂସା , ଭାରତର ପ୍ରଶଂସାରେ ଶେହଵାଜଙ୍କ କରତାଳି

ଏଥର ଆଉଥରେ ଲୋକହସା ହେଲା ପାକିସ୍ତାନ | ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଭାରତର ପ୍ରଶଂସା କରିଛନ୍ତି | କିନ୍ତୁ ଏହି ପ୍ରଶଂସା କରୁଥିବା ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଵାଜ ସରାଫ ମଧ୍ୟ ସାମିଲ ଥିଲେ | ନୋବେଲ ପୁରାସ୍କାରରୁ ବାଦ୍ ପଡ଼ିଥିବାରୁ ନିଜର କୀର୍ତ୍ତିମାନକୁ ଦୋହରେଇବାରେ ଲାଗିଛନ୍ତି |ସେ ତାଙ୍କ କ୍ରେଡିଟ୍ ନେବାକୁ ମଧ୍ୟ ପଛାଉନାହାନ୍ତି | ଭାରତ ଏବଂ ପାକ୍ ଚାଲିଥିବା କଳହକୁ ସମାଧାନ କରିଥିବାରୁ ସେ ବାରମ୍ବାର ସେହି କଥାକୁ କହିହେଉଛନ୍ତି | ପୂର୍ବରୁ ହ୍ୱାଇଟହାଉସ୍ ଠାରୁ ଆରମ୍ଭ କରି ମିଳିତ ଜାତିସଂଘ ପଯ୍ୟନ୍ତ ସେ ସେହି ପ୍ରସଙ୍ଗକୁ ଦୋହରାଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି | ସେ କହିଛନ୍ତି ଯେ, ଭାରତ ହେଉଛି ଆମେରିକାରର ଏକ ଭଲ ବନ୍ଧୁ ଏବଂ ତାଙ୍କର ଜଣେ ଭଲ ବନ୍ଧୁ ଭାରତରେ ରହୁଛନ୍ତି | ସେ ଯାହା ଭି ଭାରତରେ କରୁଛନ୍ତି ତାହା ଭଲ କରୁଛନ୍ତି |
ପ୍ରାୟ ୨ ବର୍ଷର ଧରି ଚାଲିରହିଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧର ଆଜି ପରିସମାପ୍ତି ଘଟିଛି | ଏହା କେବଳ ଗାଜା ଶାନ୍ତି ଚୁକ୍ତି ପାଇଁ ସମ୍ଭବ ହୋଇଛି | ହମାସ ପକ୍ଷରୁ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଇସ୍ରାଏଲରେ ଏବେ ଖୁସିର ମାହୋଲ ଦେଖାଦେଉଛି | ଏହି ସମୟରେ ଟ୍ରମ୍ପ ମଧ୍ୟ ଇସ୍ରାଏଲରେ ପଂହଁଚିଥିଲେ | ସେଠାରେ ଇସ୍ରାଏଲର ରାଷ୍ଟ୍ରମନ୍ତ୍ରୀ , ଦେଶର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ପ୍ରମୁଖ ରାଜନେତାମାନେ ଟ୍ରମ୍ପଙ୍କୁ ତାଙ୍କ ସଂସଦ ମଧ୍ୟକୁ ବହୁ ଆନ୍ଦର ସହ ସ୍ୱାଗତ କରିଥିଲେ |