ରାଜଧାନୀରେ ଅଟୋଚାଳକ ସଂଘଙ୍କ ଥାନା ଘେରାଉ,ଅନଲାଇନ ସେବା ବନ୍ଦ

(ଭୁବନେଶ୍ୱର): ରାଜଧାନୀରେ ଅନଲାଇନ ଅଟୋ ସେବାରେ ବ୍ୟହାତ ହୋଇଛି| ସ୍ମାର୍ଟ ସିଟିରେ ଓଲା,ଓବର ଭଳି ଅନଲାଇନ ଆପ୍ପ ମାଧ୍ୟମରେ ଯାତ୍ରୀ ମାନେ ଅତି ସୁରକ୍ଷିତ ଏବଂ ସୁବିଧାରେ ଯିବା ଆସିବା କରୁଥିଲେ| ଆଜି ସ୍ମାର୍ଟ ସିଟିରେ ରାଜଧାନୀ ଅଟୋ ଚାଳକ ସଂଘ କ୍ୟାପିଟାଲ ଥାନାକୁ ଘେରାଉ କରିଛି|
ଘେରାଉ ଫଳରେ ଅନଲାଇନ ଅଟୋ ସେବାରେ ସମସ୍ୟା ଦେଖାଦେଇଛି | କ୍ୟାପିଟାଲ ଥାନା ସମ୍ମୁଖରେ ଏକ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ ଗୁଡିକ। ରାଜମହଲରୁ ଏଜି ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ ଜାମ୍ ହୋଇଯାଇଛି।
କିଛି ଦିନ ପୂର୍ବରୁ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଙ୍ଘର ଜଣେ ଡ୍ରାଇଭରଙ୍କୁ ଷ୍ଟେସନ ଅଟୋ ଚାଳକ ସଙ୍ଘର କିଛି ଲୋକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଗତକାଲି ଏହି ଘଟଣାରେ ପୋଲିସର ଆକ୍ସନ ପରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛି ବୋଲି ସୂଚନାମିଳୁଛି। ପ୍ରକୃତ ଦୋଷୀକୁ ଛାଡି ପୋଲିସ ନିର୍ଦ୍ଦୋଷକୁ ଗିରଫ କରିଥିବାର ଅଭିଯୋଗ କରି କ୍ୟାପିଟାଲ ଥାନା ଆଗରେ ବିକ୍ଷୋଭ କରାଯାଇଛି।