ଡିସେମ୍ବର ୬ ରୁ ୧୬,୧୯ ତମ ଉଲୁଣ୍ଡା ଧନୁଯାତ୍ରା

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୧୯ତମ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଡିସେମ୍ବର ୬/୧୨/୨୫ ରୁ ୧୬/୧୨/୨୫ ପର୍ଯ୍ୟନ୍ତ ଦୀର୍ଘ ଏଗାର ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କଂସ ଦରବାର, ନାଟକୀୟ ମାଧ୍ୟମରେ କଂସର ରାଜୁତି,ହରିବଂଶ ପଠନ , ମୀନାବଜାର , ଅପେରା , ଆଲବମ କଳାକାର ,ସିନେ ଆଟିସ , ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହେବ। ଅନ୍ତର୍ଡା (ବିନିକା) ର ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ କଂସ ପାଇଁ ମନୋନୀତ କରାଯାଇଛି । ଆଜି ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ସଭାପତି ହିମାଂଶୁ ତ୍ରୀପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଧର୍ମ ନିରଞ୍ଜନ ପଣ୍ଡl , ଗୋବିନ୍ଦ ଦାସ ତରାଇ , ବସୁଦେବ ଭୋଇ , ଶିବୁ ତରାଇ ,ମଗନିଆଁ , ଦିଲ୍ଲୀପ ପୁରୋହିତ ଆଦି ଉପସ୍ଥିତ ଥିଲେ।ଚଳିତ ବର୍ଷ ଧନୁଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଯୋଜନା ରଖାଯାଇଥିବା ବୈଠକରୁ ସ୍ଥିରୀକୃତ ହେଇଥିଲା।