Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଞ୍ଚ କେଜି ବଦଳରେ ଦଶ କେଜି ଚାଉଳ ପାଇବେ ହିତାଧିକାରୀ: ଯୋଗାଣ ମନ୍ତ୍ରୀ

ମାହାଙ୍ଗା: ଗତକାଲି ମାହାଙ୍ଗା ବ୍ଲକ ସଦର ମହୁକମା କୁଆଁପାଳ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ କଲ୍ୟାଣ ଯୋଜନା ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମେଳାରେ ଖାଦ୍ୟଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହିତାଧିକାରୀ ମାନଙ୍କୁ ଖୁବ ଶୀଘ୍ର ୫କିଲୋ ଚାଉଳ ବଦଳରେ ୧୦କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ତା’ଙ୍କ ବିଭାଗକୁ ଏ ବାବଦରେ ଅବଗତ କରିବା ପରେ ସରକାର ଗରିବ ହିତାଧିକାରୀ ସମସ୍ୟା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ମଣ୍ଡଳ ଉନ୍ନୟନ ଅଧିକାରୀ ସୁଭାଶିଷ ପାଲଟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାହାଙ୍ଗା ବ୍ଲକରେ ସବୁ ପଞ୍ଚାୟତରେ, ବସବାସ କରୁଥିବା ଗରିବ ମାନଙ୍କୁ ପକ୍କାଘର, ଭତ୍ତା ଏବଂ ରାସନ କାର୍ଡ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଧାୟକ ଶାରଦା ପ୍ରଧାନ କହିଥିଲେ।

ସାମାଜିକ ସୁରକ୍ଷା ଯୋଜନାରେ ୩୭୧ ଜଣ ବିଧବା, ଦିବ୍ୟାଙ୍ଗ, ଅଵିଵାହିତ, ଵୃଦ୍ଧବୃଦ୍ଧା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୩୪ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ପଂଚାୟତିରାଜ ବିଭାଗ ତରଫରୁ ୩୩୧ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଶାରଦା ପ୍ରଧାନ ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାର ଅନୁମତି ପ୍ରଦାନ କରିଥିଲେ। ଜିଲ୍ଲା ଖାଦ୍ୟ ଯୋଗାଣ କେ ଚନ୍ଦ୍ରଶେଖର ସମ୍ମାନିତ ବକ୍ତା ଭାବେ ଏହି ମେଳାରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ